ବର୍ଷ ସରିଲା ଚାକିରି ବି ସରିଲା: ବ୍ଯାସନଗରର ଆଦର୍ଶ ଶିକ୍ଷକଙ୍କୁ ଦିଆଗଲା ଅବସର କାଳୀନ ସମ୍ବର୍ଦ୍ଧନା

ଯାଜପୁର ରୋଡ଼(କେନ୍ୟୁଜ୍): ବ୍ଯାସନଗର ପୌରାଞ୍ଚଳର ଧବଳଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ଯରତ ପ୍ରଧାନଶିକ୍ଷକ ବାବାଜୀ ଚରଣ ଦାଶଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମଧୁସୂଦନ ଜେନା ଓ ସ୍କୁଲ ପରିଚାଳନାର ଅଧ୍ୟକ୍ଷା ରୁକ୍ମୁଣୀ ଦାସଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦାୟୀ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଉତ୍ସବରେ ସ୍କୁଲ ପରିଚାଳନା କମିଟିର ସଭ୍ୟଙ୍କ ସହିତ ପୌରାଞ୍ଚଳର ବିଭିନ୍ନ ସ୍କୁଲର କାର୍ଯ୍ଯରତ ଶିକ୍ଷକ ଓ ଅବସର ପ୍ରାପ୍ତ ଶିକ୍ଷକ ଯୋଗଦେଇଥିଲେ। ସଭାରେ ମୁଖ୍ୟବକ୍ତା ଭାବେ ଧବଳଗିରି ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରିୟବ୍ରତ ଦାସ ସଭା ପରିଚାଳନା କରିଥିଲେ।
ବାବାଜୀ ସାର୍ ନିଜ ଜୀବନ କାଳରେ ଅନେକ ଛାତ୍ରକୁ ତିଆରି କରିଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ଚାକିରି କରି ସୁନାମ ଅର୍ଜନ କରିଛନ୍ତି । ବାବାଜୀ ସାରଙ୍କ ଅତି ସରଳ ଓ ମିଷ୍ଠିଭାଷୀ ଜୀବନ ଶୈଳୀ ପାଇଁ ବ୍ୟାସନଗର ଅଞ୍ଚଳରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ । ଆଜି ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ବେଳେ ବେଶ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା।