ଖୋର୍ଦ୍ଧା: ୫୨ ବର୍ଷବୟସରେ ଆଖିବୁଜିଲେ ଟାଙ୍ଗୀ କଲେଜର ଆଦର୍ଶ ଅଧ୍ୟାପକ, କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

ଟାଙ୍ଗୀ(କେନ୍ୟୁଜ୍): ଚାଲିଗଲେ ଟଙ୍ଗୀ ଚାନ୍ଦପୁର ଅଞ୍ଚଳର ଲୋକପ୍ରିୟ ହୋଇଥିବା ଆଦର୍ଶ ଅଧ୍ୟାପକ ନୀଳାଦ୍ରି ସାହୁ। କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଦିଗକୁ ଗତି କରୁଥିଲା। ଏବଠ ଆଜି ସକାଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଟାଙ୍ଗୀ ଦୁର୍ଗା ଚରଣ ଚିଳିକା ମହାବିଦ୍ୟାଳୟରେ ସାହିତ୍ୟ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରିୟ ଅଧ୍ୟାପକ ହୋଇପରିଥିଲେ।  ତାଙ୍କର ମୃତ୍ୟୁ ଖବର ପ୍ରକାଶ ପରେ ସ୍ଥାନୀୟ ଶିକ୍ଷାବିତ୍ ଓ ଛାତ୍ରମାନେ ଭାଙ୍ଗି ପଡିଛନ୍ତି ।

niladri sir

ଅଧ୍ୟପକ ନିଳାଦୀ ସାହୁ ଜଣେ ଅମାୟକ, ସ୍ପଷ୍ଟବାଦୀ  ମେଳାପୀ , ମିଷ୍ଟଭାସି ଓ କର୍ମଠ ଶିକ୍ଷକ ରୂପେ ସ୍ଥାନୀୟ ଅଞ୍ଚଳରେ  ବେଶ ପରିଚିତ ଥିଲେ ।ଶିକ୍ଷାଦାନ କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଥର ଜିଲ୍ଲା ସ୍ଥରରୁ ଆରମ୍ଭ କରି ରାଜୟ ସ୍ଥରରେ ପୁରସ୍କୃତ ହୋଇଥିଲେ। ଏବେ ତାଙ୍କ ମୃ‌ତ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.