ସମୂଦ୍ର କୂଳରେ କିଏ ଛାଡ଼ିଗଲା ଜଗନ୍ନାଥଙ୍କୁ?, କେମିତି ଆସିଲେ ଏଠାକୁ?

ପୁରୀ(କେନ୍ୟୁଜ୍):   ସମୁଦ୍ରରେ ଭାସୁଛନ୍ତି ଜଗନ୍ନାଥ।  ଓଡିଆ  ଜାତିର ଠାକୁରଙ୍କୁ ନେଇ ଆଉ ଏକ ଅସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ସମୁଦ୍ର କୂଳରେ ଅତି ଦୟନିୟ ଅବସ୍ଥାରେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ପଡିଥିବାର ଦେଖିବାକୁ ମିଳିଛି। ସମୁଦ୍ର ପାଣିରେ ଭାସି ଭାସି ଶ୍ରୀଅଙ୍ଗରୁ କିଛି ରଙ୍ଗ ବି ଛାଡି ଯାଇଛି।  ଦୃଶ୍ୟଟି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେବ ନିଶ୍ଚିତ।  କିନ୍ତୁ ଏଭଳି ଭାବେ ଠାକୁରଙ୍କୁ କିଏ ରଖିଛି ତାହା ପ୍ରଶ୍ନ କରିବାକୁ ବାଧ୍ୟ ହେବେ ନିଶ୍ଚିତ। ସାରା ଓଡିଆ ଜାତିକୁ ପରିଚୟ ଦେଇ ଥିବା ଠାକୁର ଏହି ସମୁଦ୍ର କୂଳରେ ଅସହାୟ ଭାବେ ପଡିଥିବାର ଦେଖି ହୃଦୟ ଭିତରଟା କୋହରେ ଭରିଯିବ।

ହୁଏତ କେହି ଜଣେ ଜଗନ୍ନାଥଙ୍କୁ ପୂଜା ନକରିପାରି ସମୁଦ୍ରରେ ବିସର୍ଜନ କରିଛି । କିନ୍ତୁ ଲାଗୁଛି ଯେପରି ମହାପ୍ରଭୁ ବିସର୍ଜିତ ହେବାକୁ ଚାହୁଁ ନାହାନ୍ତି। ସେଥିପାଇଁ ସମୁଦ୍ର ପାଣିରେ ପକାଇବା ପରେ ନିଜେ ଭାସି ଆସି କୂଳରେ ଲାଗିଛନ୍ତି। କିଛି ଦିନ ପୂର୍ବେ ଏକ ଟେଣ୍ଟହାଉସର ଗାଡ଼ି ପଛ ପଟେ ଯେଉଁ ଭଳି ଭାବେ ଜଗନ୍ନାଥଙ୍କୁ ଝୁଲିଯାଇ ନିଆଯାଉଥିବାର ଭିଡିଓ ଭାଇରାଲ ହୋଇଥିଲା, ତାହାକୁ ନେଇ ଅନେକ ଲୋକଙ୍କ ଭାବନାକୁ ଆଘାତ ଦେଇଥିଲା। ଆଉ ଠିକ୍ ସେହି ଘଟଣାର ୪ ଦିନ ଭିତରେ ପୁଣି ଏଭଳି ଏକ  ଚିତ୍ର ସାମ୍ନାକୁ ଆସିଛି।   ଯାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଖୁବ୍ ଆଘାତ ଦେଇଛି।

Leave A Reply

Your email address will not be published.