ନୂତନ ମନ୍ଦିରରେ ମା’ ଝିଲିମିଲଙ୍କ ବିଗ୍ରହ ସ୍ଥାପନ ହେଲା, ବେଶ ଖୁସି ଅଛନ୍ତି ଭକ୍ତ

ପୁରୀ ଜିଲ୍ଲା ଜିଲ୍ଲା ପିପିଲି ବ୍ଲକର ମଙ୍ଗଳପୁର ପଂଚାୟତର ଝିଲିମିଲିପାଟଣା ଗାଁ । ଗାଁରେ ନୂତନ ଭାବରେ ନିର୍ମାଣ କରାଯାଇଛି ମା’ ଝିଲିମିଲିଙ୍କ ମନ୍ଦିର । କାହିଁ କେଉଁ ଆବହମାନ କାଳରୁ ରାସ୍ତା କଡ଼ରେ ଭଙ୍ଗା ଘରେ ପୂଜା ପାଉଥିଲେ ମା’ ଝିଲିମିଲି । ତେଣୁ ନୂତନ ମନ୍ଦିର ନିର୍ମାଣ କରି ମା’ଙ୍କୁ ମନ୍ଦିର ଭିତରେ ସ୍ଥାପନ କରିପାରିଥିବାରୁ ବେଶ ଖୁସି ଅଛନ୍ତି ଭକ୍ତମାନେ ।

ମଠ ମନ୍ଦିରରେ ଭରପୁର ହୋଇ ରହିଛି ଆମ ରାଜ୍ୟ । ପ୍ରତିଟି ଗାଁରେ ରହିଛି ଅନେକ ମଠ ମନ୍ଦିର । କର୍ମମୟ ଜୀବନ ଜଂଜାଳ ମଧ୍ୟରେ ଟିକିଏ ଶାନ୍ତି ପାଇବା ପାଇଁ ମନେ ପଡ଼ନ୍ତି ଭଗବାନ । ପୁରୀ ଜିଲ୍ଲା ପିପିଲି ବ୍ଲକର ମଙ୍ଗଳପୁର ଝିଲିମିଲି ପାଟଣା ଗାଁରେ କାହିଁ କେଉଁ ଆବହାମାନ କାଳରୁ ରାସ୍ତା କଡ଼ରେ ପୂଜା ପାଉଥିଲେ ଠାକୁରାଣୀ ମା’ ଝିଲିମିଲି । ତେଣୁ ମା’ଙ୍କ ଉଦ୍ଦେଶ୍ୟରେ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବ୍ରାହ୍ମଣ ଏବଂ ପଣ୍ଡିତମାନଙ୍କ ଦ୍ଵାରା ବେଦ ମନ୍ତ୍ର ଉଚ୍ଚାରଣ କରାଯାଇ କଳସ ସ୍ଥାପନ ସହ ମା’ ଝିଲିମିଲଙ୍କ ନୂତନ ବିଗ୍ରହ ସ୍ଥାପନ କରାଯାଇଥିଲା । ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିବାରୁ ଗ୍ରାମବାସୀ ଏବଂ ଶ୍ରଦ୍ଧାଳୁଙ୍କ ମନରେ ବେଶ ଆଗ୍ରହ ଉତ୍ସାହ ଦେଖା ଯାଇଛି । ଗ୍ରାମବାସୀଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
ଗ୍ରାମବାସୀଙ୍କ ଉଦ୍ୟମରେ ଗାଁରେ ପ୍ରତିଷ୍ଠା ହୋଇଥିବା ମା’ ଝିଲିମିଲି ଜୀବନ୍ୟାସ ପାଇବା ପରେ ଲୋକମାନଙ୍କୁ ପ୍ରତ୍ୟେକ ସମୟରେ ସହାୟ ହେବେ ଆଉ ଭଲ ମନ୍ଦରେ ସାହା ହେବେ ବୋଲି ଭକ୍ତମାନେ ବିଶ୍ବାସ ରଖିଛନ୍ତି ।

Also Read: ଏହି ମନ୍ଦିର ଯାହାର ଚଟାଣରେ ଶୋଇଲେ ନିଃସନ୍ତାନଙ୍କୁ ମିଳେ ସନ୍ତାନ ପ୍ରାପ୍ତିର ବରଦାନ!