ମାଲକାନଗିରି: ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି: ଲ୍ୟାଣ୍ଡମାଇନ ବିସ୍ଫୋରଣ, ୫ ଯବାନ ଆହତ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣ । ଅଳ୍ପକେ ବର୍ତ୍ତିଲେ ୩୦ ଯବାନ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଟେରାମ ଏବଂ ଗୁଡୁମ ମଧ୍ୟରେ ବିସ୍ଫୋରଣ ହୋଇଛି । ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିବାବେଳେ ଏହି ବିସ୍ଫୋରଣ ହୋଇଛି । ଆହତ ଯବାନଙ୍କୁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚିନ୍ନାଗେଲୁର କ୍ୟାମ୍ପ ଠାରୁ ମାତ୍ର ୫୦୦ ମିଟର ଦୂରରେ ଘଟିଛି । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଜୋରଦାର ଚାଲିଛି ।