ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦେଇ ହେବ ନାହିଁ: ହାଇକୋର୍ଟ

କଟକ(କେନ୍ୟୁଜ୍):କୌଣସି ପ୍ରାର୍ଥୀଙ୍କର ଦୁଇଟି ଡିଗ୍ରୀ ଥିଲେ ତାଙ୍କୁ ମନଇଚ୍ଛା ନିଯୁକ୍ତି ପ୍ରକ୍ରିୟାରୁ ବାଦ୍‌ ଦେଇ ହେବ ନାହିଁ । ଏନେଇ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆବେଦନକାରୀ ଭୁବନ ମୋହନ ବେହେରାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କ ଜଣିକିଆ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ଡିଗ୍ରୀ ହାସଲ କରିଥିଲେ, ନିଯୁକ୍ତି ସମୟରେ ତାଙ୍କର ପ୍ରାର୍ଥିତ୍ୱକୁ ମନଇଚ୍ଛା ନାକଚ କରି ହେବ ନାହିଁ ।

ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟର ବିଭିନ୍ନ ବିଶ୍ୱ ବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା । ଭୁବନ ମୋହନ ବେହେରା ଆଇଆଇଟି, ବମ୍ବେରୁ ଏମଏସସି ଓ ପିଏଚଡି ଡୁଆଲ ଡିଗ୍ରୀ ହାସଲ କରିଛନ୍ତି । ଉଭୟ ଏମଏସସି ଓ ପିଏଚଡିର ତାଙ୍କ ନିକଟରେ ଗୋଟିଏ ମାର୍କସିଟ ସାର୍ଟିଫିକେଟ ଥିଲା । ଏହାକୁ ଦାଖଲ କରି ସେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଆବେଦନ କରିଥିଲେ । ସାର୍ଟିଫିକେଟ ଭେରିଫିକେସନ ସମୟରେ ଓପିଏସସି ପକ୍ଷରୁ ତାଙ୍କ ଆବେଦନକୁ ନାକଚ କରି ଦିଆଯାଇଥିଲା । ଏହାକୁ ସେ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ।..