ଗଞ୍ଜାମ: ସଚେତନତା ପାଇଁ ଜିଲ୍ଲାପାଳଙ୍କ ବଡ ଘୋଷଣା, ଭୂତପ୍ରେତର ସନ୍ଧାନ ଦେଲେ ମିଳିବ ୫୦,୦୦୦ ଟଙ୍କା ପୁରସ୍କାର

ଗଞ୍ଜାମ(କେନ୍ୟୁଜ୍): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ଭୂତ , ପ୍ରେତ, ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସକୁ ନେଇ ଜନ ସାଧାରଣଙ୍କ ମନରେ ଅନେକ ଆବେଗ ବଢୁଛି। ଯାହା ଫଳରେ ରୋଗ ବ୍ୟାଧି ପାଇଁ ଲୋକେ ଡାକ୍ତାରଖାନା ନଯାଇ ଗୁଣି ଗାରେଡ଼ି ପ୍ରତି ଆଗ୍ରହ ଦେଖାଉଛନ୍ତି  । ଏହା ସହ କାହାର ପାରିବାରିକ ଅସୁବିଧା ହେଲେ ପାଖ ପଡୋଶୀ ଗୁଣି କରିଦେଇଛି ବୋଲି ଭ୍ରାନ୍ତ ଧାରଣ ନେଇ ଗଣ୍ଡଗୋଳର ସୂତ୍ରପାତ ହେଉଛି ଏବଂ ଏହାକୁ ନେଇ ହତ୍ୟା କାଣ୍ଡ ମଧ୍ୟ ଘଟିଯାଉଛି  । ଲୋକମାନେ ନିଜର ସମ୍ପତ୍ତି ବୃଦ୍ଧି ଓ ପାରିବାରିକ ଅଶାନ୍ତି ଦୂର କରିବା , ରୋଗ ଭଲ କରିବା ପ୍ରଭୃତି କାର୍ଯ୍ୟ ପାଇଁ ଗୁଣିଆର ଦ୍ୱାରସ୍ଥ ହେଉଛନ୍ତି  । ଗୁଣିଆର ପ୍ରରୋଚନାରେ କେତେଜଣ ନିଜର ଜ୍ଞାତି କୁଟୁମ୍ୱକୁ ମଧ୍ୟ ବଳି ଦେଉଛନ୍ତି  । ଗୁଣିଆ ମାନେ ମଧ୍ୟ ବିଭିନ୍ନ ମନଗଢା କଥା କହି ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଆର୍ଥିକ ଶୋଷଣ କରୁଛନ୍ତି  ।

ଗୁଣି ଗାରେଡ଼ି ଓ ଅନ୍ଧବିଶ୍ୱାସକୁ ଗୁରୁତ୍ତ୍ୱ ନ ଦେବା ଏବଂ ଓ ଏ ବାବଦରେ ଅନ୍ୟକୁ ଦୋଷାରୋପ ନ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । କିନ୍ତୁ ଏାହାର ପ୍ରଭାବ ଲୋକଙ୍କ ଉପରେ କିଛି ବି ପଡୁନାହିଁ। ଜିଲ୍ଲାରେ କିଛି ଦିନ ମଧ୍ୟରେ ଅନେକ ଗୁଣି ଗାରେଡିକୁ ନେଇ କିଛି ଲୋକଙ୍କ ଦାନ୍ତ ଭଙ୍ଗା ଯିବା ସହ ବିଷ୍ଠା ଖୁଆଇବା ଭଳି ଘଟଣା ଘଟିଯାଇଛି  । ଏପରିକି ଗୁଣିଗାରେଡିକୁ ବିଶ୍ୱାସ କରି ଗାଁରୁ ଅନେକ ପରିବାରକୁ ବାସନ୍ଦ କରାଯାଉଛି  । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁଣି ଗାରେଡି ପ୍ରତି ବିଶ୍ୱାନ ନ କରିବା ପାଇଁ ଏବଂ ଜନ ସାଧାରଣଙ୍କୁ ସଚେତନତା କରିବା ଲାଗି ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି  ।

ganjam collector

ଏହା ସହ ଭୂତ ପ୍ରେତ ଗୁଣି ଗାରେଡିର କୌଣସି ସତ୍ୟତା ନଥିବା ସହ ଏହର କିଛି ବାସ୍ତବତା ନଥିବା ଜିଲ୍ଲାର ଅଧିକାରୀ ମାନେ ବିଭିନ୍ନ ସ୍ତରରେ ଅନୁସନ୍ଧାନ କରି ହୃଦୟଙ୍ଗମ କରିଛନ୍ତି  । ଏଭଳିସ୍ଥିତିରେ ଜିଲ୍ଲାବାସୀଙ୍କୁ ପ୍ରାମାଣିକ ତଥ୍ୟ  ଦେବାପାଇଁ ଗୁଣି ଗାରେଡି ଭୂତ ପ୍ରେତ ବାବଦରେ ଜିଲ୍ଲାର କୌଣସି ବ୍ୟକ୍ତି ବଳିଷ୍ଠ ପ୍ରମାଣ ଦେଇପାରିଲେ ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ବ୍ୟକ୍ତିଗତ ଭାବେ ପ୍ରଦାନ କରିବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ  । ଏନେଇ ଆଜି ଜିଲ୍ଲାର ସଦର ମହକୁମା ଛତ୍ରପୁରଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.