ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା : E kyc ପେଣ୍ଡିଂ ଅଛି, ବ୍ୟାଙ୍କକୁ ଯାଇ ବୁଝନ୍ତୁ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା 

ଭୁବନେଶ୍ୱର :  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ପରାମର୍ଶ  । ଟଙ୍କା ପାଇ ନଥିଲେ ଯେଉଁମାନଙ୍କୁ ମେସେଜ ଆସିଛି କଲ ଆସିଛି ସେମାନେ ବ୍ୟାଙ୍କକୁ ଯାଆନ୍ତୁ । ଏଥିପାଇଁ 29 ଓ 30 ତାରିଖ ଦୁଇଦିନ ବ୍ୟାଙ୍କକୁ ସମୟ ଦିଆଯାଇଛି  । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ପଞ୍ଜିକରଣ ହୋଇଛି ୧ କୋଟି ୭ ଲକ୍ଷ ୨୯୪ । ଏପର୍ଯ୍ୟନ୍ତ ମୋଟ ସହାୟତା ମିଳିଛି 80ଲକ୍ଷ 29 ହଜାର 741 ଜଣଙ୍କୁ।NPCI ବିଫଳତା କାରଣରୁ ପର୍ଯ୍ୟନ୍ତ 3ଲକ୍ଷ 31 ହଜାର 188 ଜଣ ବଞ୍ଚିତ ରହିଛନ୍ତି ଏହି ହିତାଧିକାରୀଙ୍କ ଖାତାକୁ ଯାଇନି ପଇସା  । ଏପର୍ଯ୍ୟନ୍ତ E kyc ପେଣ୍ଡିଂ ଅଛି 1 ଲକ୍ଷ 55 ହଜାର 158 ଜଣଙ୍କର ।

କାଲି ବ୍ୟାଂକର୍ସ ମାନଙ୍କ ସହ ଆଲୋଚନା ହୋଇଛି ।  ବ୍ୟାଙ୍କ ପକ୍ଷରୁ ଜାନୁଆରୀ 29 ଓ 30 ତାରିଖରେ ସ୍ପେଶାଲ ଡ୍ରାଇଭ କରାଯାଇଛି  । ସ୍ପେଶାଲ ଟେବୁଲ ଓ ବ୍ୟାନର ଲାଗିବ ।  ହିତାଧିକାରୀମାନେ ବ୍ୟାଙ୍କକୁ ଯାଇ NPCI ବିଫଳତା କାରଣରୁ ବଞ୍ଚିତ ହିତାଧିକାରୀଙ୍କ NPCI କ୍ଲିଅର ହେବ ।  ଏଥିପାଇଁ  29 ଓ 30 ତାରିଖ ଦୁଇଦିନ ବ୍ୟାଙ୍କକୁ ସମୟ ଦିଆଯାଇଛି । ବ୍ୟାଙ୍କକୁ ଯାଇ ବୁଝିବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା  ।