କୋଭିଡ୍‌ ଯୁଦ୍ଧରେ ଯଦି ସରପଞ୍ଚଙ୍କ ମୃତ୍ୟୁ ହୁଏ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା, ଟ୍ୱିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ସରପଞ୍ଚଙ୍କ ପାଇଁ ସହାୟତା। କୋଭିଡ୍‌ ଯୁଦ୍ଧରେ ଯଦି କୌଣସି ସରପଞ୍ଚଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରଙ୍କୁ ମିଳିବ ୫୦ ଲକ୍ଷ ଟଙ୍କାର ସାହାଯ୍ୟ। ପୂର୍ବ ଘୋଷିତ ୫୦ ଲକ୍ଷ ସହାୟତା ରାଶିରେ ସରପଞ୍ଚମାନଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ କହିଛନ୍ତି, ତୃଣମୂଳ ସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚ ଟିଏମ୍‌ସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ୍‌ ସୁବିଧାଗୁଡିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାମ କରୁଛନ୍ତି। ସେମାନେ ଆଗ ଧାଡ଼ିର ଯୋଦ୍ଧା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ଗ୍ରାମାଞ୍ଚଳରେ କରୋନା ମୁକାବିଲାରେ ସରପଞ୍ଚମାନେ ପ୍ରମୁଖ ଓ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି। ସେମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଛି। ପୂର୍ବରୁ ସରକାର ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ପୋଲିସ ମାନଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.