ଶଂଖ ଭବନରେ ବିଜେଡ଼ି ପକ୍ଷରୁ ଇପ୍ତର ପାର୍ଟି, ମୁଖ୍ୟ ଅତିଥି ବିଜେଡି ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଶଂଖ ଭବନରେ ବିଜେଡ଼ି ପକ୍ଷରୁ ଆୟୋଜିତ ହୋଇଛି ଇପ୍ତର ପାର୍ଟି । ବିଜେଡି ସଂଖ୍ୟାଲଘୁ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ମୁନା ଖାଁ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଛନ୍ତି । ଆଜି ରମଜାନ ମାସ ଶେଷ ହେଉଥିବାରୁ ରୋଜା ଭାଙ୍ଗିବା ସହ ଇପ୍ତର ପାର୍ଟିରେ ସାମିଲ ହୋଇଥିଲେ ଶହ ଶହ ସଂଖ୍ୟାଲଘୁ । ଭାଇଚାରା ଭିତରେ ଏହି କାର୍ଯ୍ୟକ୍ରମ ରେ ସବୁ ଧର୍ମର ଲୋକେ ଏହି ଇଫତାର ପାର୍ଟି ରେ ସାମିଲ ହୋଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଯୋଗ ଦେଇ ରମଜାନରେ ମୁସଲମାନ ଭାଇ ଓ ଭଉଣୀଙ୍କୁ ଶୁଭେଚ୍ଛା ଦେବା ସହ, ଇଦ ମୁବାରକ ଜଣାଇଛନ୍ତି ।  ଏହାସହ ପ୍ରତିବର୍ଷ ମୁନା ଭାଇ ଇପତାର ପାର୍ଟି କରୁଥିବାରୁ ମୁ ବହୁତ ଖୁସି ବୋଲି କହିବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବିଜେଡିର ଅନେକ ସାଂସଦ, ବିଧାୟକ ଓ ବରିଷ୍ଠ ନେତା ଏଥିରେ ଯୋଗ ଦେଇଥିଲେ ।