ଆକ୍ସନ ମୁଡରେ ଉଦଳା ଆଇଆଇସି, ବେଆଇନ ଲଘୁ ଖଣିଜ ପଦାର୍ଥ ରୋକିବାକୁ ପଶିଲେ ଖାଦାନରେ

ଉଦଳା : ବେଆଇନ ଲଘୁ ଖଣିଜ ପଦାର୍ଥ ରୋକିବା ପାଇଁ ଖାଦାନରେ ପଶିଲେ ଆଇଆଇସି । ମୋରମ ଉତ୍ତୋଳନ କରୁଥିବା ଜେସିବି ଜବତ କରିଥିବା ବେଳେ ଘଟଣାସ୍ଥଳରୁ ଖସିଗଲେ ମାଫିଆ । ଗତକାଲି ବିଳମ୍ବିତ ରାତିର ଘଟଣା ।
ମୟୂରଭଞ୍ଜ ଜିଲ୍ଲା ଉଦଳା ଆଇଆଇସି ବନମାଳୀ ବାରିକ ଥାନା ଅଧୀନ ଭୁରୁଡୁବଣି ଗ୍ରାମ ନିକଟରେ ବେଆଇନ ମୋରମ ଉତ୍ତୋଳନ ଚାଲିଥିବା ଖବର ପାଇ ଖାଦାନରେ ପଶିଥିଲେ । ଏହି ସମୟରେ ପୋଲିସକୁ ଦେଖି ମାଫିଆମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଘଟଣାସ୍ଥଳରୁ ଜେସିବିକୁ ଜବତ କରିଲା ପୋଲିସ । ଜେସିବି ଜବତ କରି ଫେରୁଥିବା ବେଳେ ଭୁରୁଡୁବଣି ଛକ ନିକଟରେ ବିନା ନମ୍ବରରେ ବେଆଇନ ବାଲି ନେଇ ଆସୁଥିବା ଏକ ଟ୍ରାକ୍ଟର ଜବତ କରିଥିଲା । ଉଭୟ ଟ୍ରାକ୍ଟର ଓ ଜେସିବିକୁ ଜବତ କରି ଥାନାରେ ରଖିଛି ।
ଆହୁରି ପଢ଼ନ୍ତୁ : ଅଗ୍ନିକାଣ୍ଡରେ ଜଳିଗଲା ଘର, ଫାଟିଲା ଗ୍ୟାସ୍ ସିଲିଣ୍ଡର୍