ପ୍ରେମ କରି ଫସିଲେ ଥାନା ବାବୁ, ନ୍ୟାୟ ପାଇଁ ଥାନାରେ ହୋମଗାର୍ଡ

ଜଗତସିଂହପୁର : ମହିଳା ହୋମଗାର୍ଡଙ୍କୁ ପ୍ରେମ କରି ଫସିଲେ ଥାନା ବାବୁ । ଖାଲି ପ୍ରେମ ନୁହେଁ ଶାରୀରିକ ସମ୍ପର୍କ ବି ରଖିଲେ । ପରେ ସମ୍ପୃକ୍ତ ଥାନା ବାବୁ ଜଣକ ଧରାଛୁଆଁ ନ ଦେବାରୁ ମାମଲା ଏବେ ସଙ୍ଗିନ ହୋଇ ପଡିଛି । ମହିଳା ହୋମଗାର୍ଡ ଜଣକ ଶେଷରେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବା ସହିତ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିବା ଜଣାଯାଇଛି ।

ଗତକାଲି ମହିଳା ହୋମଗାର୍ଡ ଜଣକ ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ଥାନା ଅଧିକାରୀ ଖବର ପାଇ ଫେରାର ହୋଇ ଯାଇଥିଲେ । ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ । ଆଜି ଉଭୟଙ୍କୁ ଏସପି ଅଫିସ ମଧ୍ୟରେ ଏକ ୯ ଜଣିଆ ଟିମ ଜେରା କରୁଥିବା ବେଳେ ସମୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରିବାକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ।

ଘଟଣାର ଆପୋଷ ସମାଧାନ ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା । ଏହି ବାବଦରେ ପ୍ରତିକ୍ରିୟାରେ ଏସ ପି ତଦନ୍ତ ଚାଲିଛି ବୋଲି କହିଛନ୍ତି ଓ ତଦନ୍ତ ପରେ ସବିଶେଷ ଘଟଣା ଜଣାପଡିବ ।

Also read: ପ୍ରେମ କରି ଫସିଲେ ପୋଲିସ ବାବୁ: ବିବାହିତା ମହିଳାଙ୍କ ସହ ପରକୀୟା ପ୍ରିତି ବେଳେ ତାଲା ପକାଇଲେ ସ୍ୱାମୀ