ଦଳିତ ଯୁବକଙ୍କୁ ମାଡ଼ ମାରିବା ପଡ଼ିଲା ମହଙ୍ଗା, ନିଜ ନାମରେ ମାମଲା ରୁଜୁ କଲେ ବାଲିପାଟଣା ଥାନା ଆଇଆଇସି

ଭୁବନେଶ୍ବର(କେନ୍ୟୁଜ୍): ନିଜ ନାଁରେ ମାମାଲ ରୁଜୁ କଲେ ଥାନା ଅଧିକାରୀ। ଦଳିତ ଯୁବକକୁ ମାଡ଼ ମାରିବା ଆଇଆଇସିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଡିସିପିଙ୍କ ନିର୍ଦ୍ଦେଶ ପରେ ନିଜ ନାମରେ ମାମଲା ରୁଜୁ କଲେ ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼। ଏସଆଇ ରାକେଶ ସାମଲଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି।
ଗତ ୩ ତାରିଖରେ ଜଣେ ଦଳିତ ଯୁବକକୁ ଗିରଫ କରିଥିଲା ବାଲିପାଟଣା ଥାନା ପୋଲିସ। ପରେ ଥାନା ଭିତରେ ଯୁବକକୁ ପୋଲିସ ମାଡ଼ ମାରି ଆଣ୍ଠୁ ଭାଂଗି ଦେଇଥିବା କଥା ଯୁବକଙ୍କ ପତ୍ନୀ ଅଭିଯୋଗ କରିଥିଲେ। ଡ଼ିସିପିଙ୍କୁ ଭେଟି ଅଭିଯୋଗ କରିବା ପରେ ନିଜ ନାମରେ ମାମଲା ରୁଜୁ କରିବାକୁ ଡ଼ିସିପି ନିର୍ଦ୍ଦେଶ ଦେଇଥିଲେ।