ଭୁବନେଶ୍ୱର: ଏକ ଦୁଃଖଦ ଘଟଣାରେ, ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ (IIT)-ଭୁବନେଶ୍ୱରର ଜଣେ ପିଏଚଡି ଛାତ୍ର ଶନିବାର ବିଳମ୍ବିତ ରାତିରେ ଏକ ବଏଜ ହଷ୍ଟେଲର ବାଲକୋନିରୁ ପଡ଼ି ପ୍ରାଣ ହରାଇଛନ୍ତି । ମୃତ ଛାତ୍ରଙ୍କ ନାମ ତନିକୋଣ୍ଡା ନିଶାନ୍ତ କୁମାର, ସେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସାଂଘାତିକ ଘଟଣାଟି ଭୁବନେଶ୍ୱର ଆଇଆଇଟି କ୍ୟାମ୍ପସ ଭିତରେ ଥିବା ବ୍ରହ୍ମପୁତ୍ର ହଲରେ ମଧ୍ୟରାତ୍ରିରେ ଘଟିଥିଲା । ଛାତ୍ରଜଣଙ୍କ ହଷ୍ଟେଲର ଷଷ୍ଠ ମହଲା ବାଲ୍କୋନିରୁ ଖସିପଡିଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ପରିବାର ଲୋକଙ୍କୁ ଖବର ଦେବା ସହ ପରିବାର ଲୋକେ ପହଁଚିଲେ ଶବ ବ୍ୟବଚ୍ଛେଦ ହେବ ବୋଲି କହିଛି ।