ବାଲେଶ୍ୱରରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ, ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ

ବାଲେଶ୍ୱର(କେନ୍ୟୁଜ) : ବାଲେଶ୍ୱରରେ ଠାବ ହୋଇଛି ବେଆଇନ ବନ୍ଧୁକ ତିଆରି କାରଖାନା। ଏନେଇ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରାଯାଇଛି। ବର୍ଷ ବର୍ଷ ଧରି ନୀଳଗିରି ହାତୀଖୁଲିଆ ଅଞ୍ଚଳରେ ଚାଲିଥିଲା ଦେଶୀ ବନ୍ଧୁକ ତିଆରି କାରଖାନା। ଏହାକୁ ଅଳ୍ପ ମୂଲ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବିକ୍ରି କରୁଥିଲେ।

ps

ଶିକାରୀଙ୍କୁ ମଧ୍ୟ ବନ୍ଧୁକ ବିକ୍ରି କରି ଟଙ୍କା ରୋଜଗାର କରୁଥିଲେ ଦୁଇ ବନ୍ଧୁକ ବେପାରୀ। ଚୋରା ବନ୍ଧୁକ ତିଆରି ସମ୍ପର୍କରେ କୁଲଡିହା ବନବିଭାଗ ଓ ନୀଳଗିରି ପୋଲିସ ଜାଣି ପାରି ବନ୍ଧୁକ କାରଖାନା ଉପରେ ଚଢ଼ାଉ କରିଥିଲେ। ଚଢଉ ବେଳେ ୧୦ରୁ ଅଧିକ ଅଧା ନିର୍ମିତ ବନ୍ଧୁକ ସହ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ କରିଛି ପୋଲିସ। ବନ୍ଧୁକ ତିଆରି କରୁଥିବା ମୁଖ୍ୟ ଦୁଇ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ।