ବେଆଇନ କୋଇଲା ଚୋରା କାରବାର: ଗଞ୍ଜାମ ସାନଘାଟି ସ୍ଥିତ ଅନ୍ନପୂର୍ଣ୍ଣା ଢ଼ାବାରେ ଚଢ଼ାଉ, ୭ଗିରଫ

ଗଞ୍ଜାମ ଖଲ୍ଲିକୋଟ ଥାନା ସାନଘାଟି ସ୍ଥିତ ଅନ୍ନପୂର୍ଣ୍ଣା ଢ଼ାବାରେ ଏସଟିଏଫ ଟିମ୍‌ର ଚଢ଼ାଉ ଘଟଣାରେ ଗିରଫ ୭ ଜଣଙ୍କୁ କୋର୍ଟ ଚାଲାଣ । ବେଆଇନ କୋଇଲା ଚୋରା କାରବାର ଅଭିଯୋଗରେ ବୁଧବାର ଏସଟିଏଫର ୮ ଜଣିଆ ସ୍ପେଶାଲ ଟିମ୍‌ ଓ ଖଲ୍ଲିକୋଟ ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ ।

ଏହି ସମୟରେ ୩୩.୭୫୮ ମେଟ୍ରିକ ଟନ କୋଇଲା, ଦୁଇଟି ଆଇଚର ଗାଡ଼ି ଓ ଗୋଟିଏ ଜେସିବିକୁ ଜବତ କରିବା ସହ ଏଥିରେ ସଂମ୍ପୃକ୍ତ ୭ ଜଣଙ୍କୁ ଗିରଫ କରିଥିଲେ । ଅନ୍ୟପଟେ ବେଆଇନ କୋଇଲା ଚୋରା କାରବାରରେ ଆଉ କେତେ ଜଣ ସମ୍ପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ କରୁଛି ଏସଟିଏଫର ସ୍ୱତନ୍ତ୍ର ଟିମ୍‌ ।

Leave A Reply

Your email address will not be published.