କଟକ: କଟକ ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ବିପୁଳ ପରିମାଣରେ କଫ ସିରପ ଜବତ୍ । ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗ୍ରାମରେ ରେଡ ହୋଇଛି । ଚଢ଼ାଉ ସମୟରେ ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍।
ସୂଚନା ଅନୁସାରେ ଗତକାଲି ରାତିରେ କଟକ ସଦର ଥାନା ଅନ୍ତର୍ଗତ ସୁମାଣ୍ଡି ଗାଁରେ ଥିବା ଏକ ମେଡ଼ିସିନ ଫାର୍ମ ଉପରେ ଏହି ଚଢାଇ ହୋଇଥିଲା। ବେଆଇନ୍ ଔଷଧ କିଣିବା, ବିକ୍ରି ଓ ଗଛିତ ରଖିବା ଅଭିଯୋଗରେ ଶଙ୍ଖତ୍ରାସ ଅଞ୍ଚଳର କ୍ରିଷ୍ଣା ମେଡ଼ିସିନ୍ ଫାର୍ମର ମାଲିକ ଜୟରାମ ସାହୁ ଓ ସହଯୋଗୀ ପ୍ରଫୁଲ୍ଲ କୁମାର ଜେନାଙ୍କୁ ଗିରଫ କରିଛି ଅବକାରୀ ବିଭାଗ।
ଫାର୍ମରୁ ମୋଟ ୭୬୭ ଟି ବେଆଇନ କଫସିରପ ଜ ବୋତଲ ଜବତ୍ ହୋଇଛି । ହୋଲ୍ ସେଲ ଗୋଦାମ ସିଲ୍ କରିବା ସହ, ଔଷଧ ଦୋକାନୀଙ୍କ ଲାଇସେନ୍ସ ରଦ୍ଦ କରିଛି ଅବକାରୀ ବିଭାଗ। ବେଆଇନ୍ ଔଷଧ ସାମଗ୍ରୀ ଓ କଫ୍ ସିରପ ବିକ୍ରି ଅଭିଯୋଗ ପାଇ ଅବକାରୀ ବିଭାଗ ପକ୍ଷରୁ ପୂର୍ବରୁ ଖୋଳତାଡ ଚାଲିଥିଲା।