ଟାଙ୍ଗୀ(କେନ୍ୟୁଜ୍) : ବେଆଇନ ଗୋରୁ ବୋଝେଇ କଣ୍ଟେନରକୁ ଜବତ କଲା ଟାଙ୍ଗୀ ପୋଲିସ। କଟକ ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ସ୍ଥିତ ସଦ୍ଦୋଳା ନିକଟରୁ ଜବତ ହୋଇଛି। ୪୫ଟି ଜୀବିତ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୬ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦୁଇ ଜଣ ହେଲେ ଆନ୍ଧ୍ର ପ୍ରଦେଶର ବିଜ୍ଞାନ ରମେଶ ଓ ଭଦ୍ରକ ଅଞ୍ଚଳର ସେକ୍ ଫରୀକ୍। କଣ୍ଟେନର ଟି ଖୋର୍ଦ୍ଧା ବେଗୁନିଆରୁ କୋଲକାତା ଯାଉଥିଲା। ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।