ଆମ୍ବୁଲାନ୍ସ ଭିତରେ ବେଆଇନ ଗୋ-ଚାଲାଣ ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଗୋରୁ ବୋଝେଇ ଭ୍ୟାନ

ଭଦ୍ରକ : ଆମ୍ବୁଲାନ୍ସ ଭିତରେ ବେଆଇନ ଗୋ-ଚାଲାଣ ।  ତିହିଡି଼ ରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏହି ଗୋରୁ ବୋଝେଇ ଆମ୍ବୁଲାନ୍ସ ଗାଡ଼ି ଟିକୁ ସରକାର ନଗର ଠାରେ ଜବତ କରିଲା ପୁରୁଣା ବଜାର ପୋଲିସ । ସେହିପରି ଅନ୍ୟ ଏକ ପିକଅପ ଭ୍ୟାନ ଗାଡ଼ିଟିକୁ ଜବତ କରିଛି ।  ପୁରୁଣାବଜାର ପୋଲିସ ଦୁଇଟି ଗାଡ଼ିରୁ ୧୦ ଟି ଗୋରୁ ଉଦ୍ଧାର ହୋଇଛି ।  ଜଣେ ଡ୍ରାଇଭର ଅଟକ ।

ସେହିପରି ଆଜି ଭଦ୍ରକ ଜିଲ୍ଲା ଧୁସୁରି ଏବଂ ପୁରୁଣା ବଜାର ଥାନା ଅଞ୍ଚଳରେ ପୋଲିସର ନାକାବନ୍ଦି ବେଳେ ଧୁସୁରୀ ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ ।  ଓଲଟିଲା ବେଆଇନ ଗୋରୁ ଭ୍ୟାନ । ଡ଼୍ରାଇଭର ସହ ୩ ଗୋରୁଙ୍କର ମୃତ୍ୟୁ ହୋଇଛି ।  ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି ।

ସୂଚନା ଅନୁସାରେ ଭଦ୍ରକ -ଆଖଣ୍ଡଳମଣି ରାଜ୍ୟ ରାଜପଥର ଅସୁରାଳି ନିକଟରେ ଘଟିଛି ଘଟଣା ।  ଆଜି ଭୋର ସମୟରେ ଧାମନଗର ଅଞ୍ଚଳରୁ ଦୁଇ ଗୋଟି ପିକ ଅପ ଭ୍ୟାନରେ ବେଆଇନ ଭାବେ ଗୋରୂ ଚାଲାଣ ହେଉଥିଲା ଏହି ଖବର ଧାମନଗର ଓ ଧୁସୁରୀ ପୋଲିସ ପାଇଲା ପରେ ସେମାନେ ଗୋରୁ ବୋଝେଇ ୨ ଟି ଭ୍ୟାନ କୁ ପିଛା କରୁଥିଲେ ।

ତେବେ ସେଥିମଧ୍ୟରୁ ଗୋଟିଏ ଭେନ ଅସୁ ରାଳୀ ବଜାର ନିକଟ ରେ ରାସ୍ତା ପାର୍ଶ୍ଵ କୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ତେଣୁ ସେଥିରେ ଥିବା ୧୫ ଟି ଗୋରୁ ମଧ୍ୟରୁ ୩ ଗୋଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା ବେଳେ ଡ୍ରାଇଭର ମଧ୍ୟ ମୃତ୍ୟୁ ହୋଇଯାଇଛି ।  ତେବେ ପୋଲିସ ସେଠାରୁ ଦୁଇ ଗୋଟି ଭ୍ୟାନକୁ ଜବତ କରିବା ସହିତ ସେଥିରୁ ୨୭ ଗୋଟି ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଶାଳାରେ ଛଡାଯାଇଛି ।  ମୃତ ଡ୍ରାଇଭରଙ୍କର ପରିଚୟ ମିଳି ନାହିଁ । ଧୂଷୁରୀ ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

Also read: ଗୋରୁ ଚାଲାଣ ବେଳେ ପୋଲିସ-ଗୋ ଚାଲାଣକାରୀ ମୁହାଁମୁହିଁ, ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ