ପୁରୀରେ ବିପୁଳ ବାଣ ଜବତ, ପୂଜା ସାମଗ୍ରୀ ନାଁରେ ବାଣ ଗୋଦାମ ଚାଲିଥିଲା

ପୁରୀ : ପୁରୀରେ ବିପୁଳ ବାଣ ଜବତ। କୁମ୍ଭାରପଡ଼ା ଥାନା ନବକଳେବର ରୋଡ ଅଞ୍ଚଳରେ ଚଢ଼ାଉ ବେଳେ ଜବତ । ଏକ ଗୋଦାମ ଘରେ ଚଢ଼ାଉ କରି ବାଣ ଜବତ କରିଛି ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ସହ ବାଣ ଜବତ କରାଯାଇଛି। ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ ମହାପାତ୍ର ଏହାକୁ ଭଡା ଦେଇଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ପାଣି ସ୍ପ୍ରେ କରି ଜବତ ବାଣ ନଷ୍ଟ କରାଯାଇଛି। ପୂଜା ସାମଗ୍ରୀ ନାଁରେ ଭଡା ଘରେ ବାଣ ଗୋଦାମ ଚାଲିଥିଲା।