ବେଆଇନ୍‌ ଖଣି ଖନନ, ଡେଲାଙ୍ଗରେ ଜବତ ହେଲା ଜେସିବି, ଟ୍ରାକ୍ଟର ଓ ଟ୍ରକ୍‌

ପିପିଲି (କେ ନ୍ୟୁଜ୍‌) : ବେଆଇନ୍‌ ଖଣି ଖନନକୁ ରୋକିଲେ ପ୍ରଶାସନ ଓ ପୋଲିସ୍‌ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଯମୁନା ଅଞ୍ଚଳରେ ବେଆଇନ୍ ଖଣି ଖନନ ଦୀର୍ଘ ଦିନ ଧରି ଚାଲୁ ରହିଥିଲା । ଖବର ପାଇ ଆଜି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟଙ୍କ ସହିତ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଲ୍ଲିକ ମିଳିତ ଭାବେ ଚଢାଉ କରି ତିନିଟି ଜେସିବି, ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଜବତ କରିଛନ୍ତି । ଏ ନେଇ ମାମଲା ରୁଜୁ କରାଯାଇଛି । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ଦୁଇ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.