ସରକାରୀ ଜମିକୁ ନିଜର ଦର୍ଶାଇ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କର: ହାଇକୋର୍ଟ

କଟକ(କେନ୍ଯୁଜ୍): ସରକାରୀ ଜମିକୁ ନିଜର ଦର୍ଶାଇ ସରକାରଙ୍କ ଠାରୁ କ୍ଷତିପୂରଣ ନେଇସାରିଥିବା ବ୍ୟକ୍ତିଙ୍କ ଠାରୁ କ୍ଷତିପୂରଣ ରାଶି ଆଦାୟ କରିବା ପାଇଁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଟକ ସିଡିଏ ଜମି କେଳେଙ୍କାରି ମାମଲାରେ ହାଇକୋର୍ଟ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହ ଜମିର ମାଲିକାନା ଓ କ୍ଷତିପୂରଣକୁ ନେଇ ଦାୟର ସମସ୍ତ ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ।

କଟକ ବିଦ୍ୟାଧରପୁର ମୌଜାର ୧୧୨ ଏକର ଜମି ଉପରେ ଜାଲିଆତି ହୋଇଥିଲା। ୧୯୬୩ ମସିହାରେ ଜମିଦାରୀ ଉଚ୍ଛେଦ ଆଇନ୍ (Estate Abolition Act) ବଳରେ ସରକାରଙ୍କ ମାଲିକାନାକୁ ଆସିଥିଲା କଟକ ବିଦ୍ୟାଧରପୁର ମୌଜାର ୧୧୨ ଏକର ଜମି।କିନ୍ତୁ ଉକ୍ତ ଜମିକୁ ଭାଗ ଭାଗ କରି ବିକ୍ରି କରି ଦିଆଯାଇଥିଲା । ତେବେ ଅଭିନବ ବିଡାନାସୀ ପ୍ରକଳ୍ପ ପାଇଁ ସଂପୃକ୍ତ ଜମିକୁ ଅଧିଗ୍ରହଣ ପାଇଁ ସରକାର ନିଷ୍ପତି ନେଇଥିଲେ।

କିଛି ସରକାରୀ କର୍ମଚାରୀ ଓ କିଛି ଜମି ମାଲିକ ଚଞ୍ଚକତା କରି ଜମି ଅଧିଗ୍ରହଣ ଆଇନ୍ ଆଧାରରେ କ୍ଷତିପୂରଣ ନେଇ ଯାଇଛନ୍ତି। ଆଉ କିଛି ଲୋକ କ୍ଷତିପୂରଣ ରାଶି ବୃଦ୍ଧି କରିବା ପାଇଁ କୋର୍ଟରେ ମାମଲା ଦାୟର କରିଥିଲେ। ତେବେ କୋର୍ଟ ସବୁ ମାମଲାକୁ ଖାରଜ କରିଛନ୍ତି। ଏବଂ ଚଞ୍ଚକତା କରି କ୍ଷତି ପୂରଣ ପାଇସାରିଥିବା ବ୍ୟକ୍ତିମାନଙ୍କ ଠାରୁ ଅର୍ଥରାଶି ଆଦାୟ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.