ବେଆଇନ କରତ କଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ

ପିପିଲି(କେନ୍ୟୁଜ): ବେଆଇନ କରତକଳ ଉପରେ ଚଢ଼ାଉ। ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଏବଂ ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଦେଶରେ ଫେପୁଟି ରେଞ୍ଜର ମାନସ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ବନ ବିଭାଗ ଟିମ୍ ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ଗୋରୁହାଟ ପଡିଆ ନିକଟରେ ଥିବା ବେଆଇନ କରତକଳ ଉପରେ ଚଢାଉ କରାଯାଇଥିଲା ।
ଜଙ୍ଗଲ ବିଭାଗ ଓ ପୋଲିସ୍ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ଓ କାଠ ଜବତ କରାଯାଇଛି । ତେବେ ଏହି କରତ କଳ ଦୀର୍ଘ ଦିନ ଧରି ବେଆଇନ ଭାବରେ ଚାଲୁଥିବା ନେଇ ସୂଚନା ମିଳିଥିଲା ।