ବେଆଇନ ଗୋରୁ ଚାଲଣ ବେଳେ ୮ଟି ଗାଡ଼ି ଜବତ, ୧୧ଜଣକୁ ଅଟକ ରଖିଛି ପୋଲିସ

ସୋର(କେନ୍ଯୁଜ୍): ବେଆଇନ ଗୋରୁ ଚାଲଣ ବେଳେ ଗୋରୁ ବୋଝେଇ ଗାଡ଼ି ଜବତ। ଖନ୍ତାପଡ଼ ପୋଲିସ ଦ୍ୱାରା ଵିଳମ୍ବିତ ରାତିରେ ୮ଟି ଗାଡିରେ ୭୭ ଗୋରୁ ଉଦ୍ଧାର କରିଛି ପୋଲିସ । ବିଳମ୍ବିତ ରାତିରେ ବେଆଇନ ଭାଵେ ଗୋରୁ ଗାଡି ଯାଉଥିବାର ସୂଚନା ପାଇ ପୋଲିସ ଶ୍ରୀଜଙ୍ଗ ଠାରେ ଜଗି ରହିଥିଲା । ପରେ ସେହି ବାଟ ଦେଇ ଗାଡ଼ିଟି ଆସିଥିବା ଵେଳେ ପୋଲିସ ଟିମ୍ ତନଖି ଜବତ କରି ଥାନାକୁ ଆଣିଥିଲା।
ସୂଚନା ମୁତାବକ ଗାଡିଗୁଡିକ ସାହସପୁରାରୁ କଲିକତା ଯାଉଥିବା ବେଳେ ୮ଟି ପିକଅପରେ ୭୭ ଗୋରୁ ଜବତ କରିଛି ପୋଲିସ। ଅନ୍ଯପଟେ ଉକ୍ତ ଘଟଣାରେ ପୋଲିସ ୧୧ଜଣକୁ ଅଟକ ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.