ନୟାଗଡ ଦଶପଲ୍ଲାରେ ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ ଲକ୍ଷାଧିକ ଟଙ୍କାର କାଠ ଜବତ

ନୟାଗଡ(କେନ୍ୟୁଜ୍): ସମାଜସେବୀଙ୍କ ଘରୁ ଓ ର୍ଫାମ ହାଉସରୁ କାଠ ଜବତ । ଜଣେ ଗିରଫ । ନୟାଗଡ ଦଶପଲ୍ଲା ଅଞ୍ଚଳର ସମାଜସେବୀ ଶ୍ରୀହରି ନାୟକଙ୍କ ବାଡି ଓ ଫାର୍ମ ହାଉସରୁ ଲକ୍ଷାଧିକ ଟଙ୍କାର ଶାଳପଟା ଓ କାଠ ଗଣ୍ଡି ଜବତ କରିଛି ବନ ବିଭାଗ । ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ଚୋରା କାଠ ବ୍ୟବସାୟ ହେଉଥିବା ଖବର ପାଇ ଚଢଉ କରିଥିଲା ବନ ବିଭାଗର ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍‌ ।

ଚଢାଉ ବେଳେ କେୟାରଟେକର ଦାୟିତ୍ୱରେ ଥିବା ସୁଶାନ୍ତ ନାୟକଙ୍କୁ ଗିରଫ କରିିଛି । ଏହାସହ ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ କଡରେ ଥିବା ଗୋଚର ଜମିକୁ ଶ୍ରୀହରି ନାୟକ ନିଜ କବଜାରେ ରଖିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.