ରାଜ୍ୟ

ଛତୁ ଫୁଟିଲା ପରି ଖୋଲିଛି ବେଆଇନ ନିଶା ନିବାରଣ କେନ୍ଦ୍ର, ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବାରିପଦା (କେନ୍ୟୁଜ୍): ଆକ୍ସନ ମୋଡ଼ରେ ପୋଲିସ୍ । ବେଆଇନ ନିଶା ନିବାରଣ କେନ୍ଦ୍ର ଉପରେ କରୁଛି ଚଢାଉ । ବାରିପଦା ସହରରେ ଦେଖିବାକୁ ମିଳିଛି କିଛଇ ଏଭଳି ଘଟଣା। ବାରିପଦା ସହରରେ ବେଆଇନ ଭାବେ ଚାଲିଥିବା ୬ଗୋଟି ନିଶା ନିବାରଣ କେନ୍ଦ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଏହି ନିଶା ନିବାରଣ କେନ୍ଦ୍ର ଗୁଡିକ ହେଲା ୱାର୍ଡ ନମ୍ବର ୧୫ର ସମର୍ପଣ ନିଶା ନିବାରଣ କେନ୍ଦ୍ର ଓ ପରିବର୍ତ୍ତନ ନିଶା ନିବାରଣ, ପଶ୍ଚାତାପ ନିଶା ନିବାରଣ, କୃପା ନିଶା ନିବାରଣ, ନିଉ ଷ୍ଟେପ ନିଶା ନିବାରଣ ଏବଂ ଉପଦେଷ୍ଟା ନିଶା ନିବାରଣ ଇତ୍ୟାଦି । ଏହି ସମସ୍ତ କେନ୍ଦ୍ରର କାଗଜପତ୍ର ଯାଞ୍ଚ ପରେ ସେଗୁଡ଼ିକ ବେଆଇନ ଭାବେ ଚାଲୁଥିବାରୁ ଟାଉନ ଥାନା ପୋଲିସ କେନ୍ଦ୍ର ଗୁଡିକୁ ବନ୍ଦ କରିଛି। ସବୁ ଦିନ ପାଇଁ କେନ୍ଦ୍ରକୁ ସିଲ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଉକ୍ତ କେନ୍ଦ୍ରରେ ଥିବା ଯଥାକ୍ରମେ ୩୦, ୭, ୧୦ଜଣ ଅନ୍ତେବାସୀଙ୍କ ଅଭିଭାବକ ମାନଙ୍କୁ ଡ଼କାଯାଇ ହସ୍ତାନ୍ତର କରାଯାଇଛି ବୋଲି ଏସଡିପିଓ ପ୍ରକାଶ ଜେମ୍ସ ଟୋପ୍ପୋ କହିଛନ୍ତି ।

ତେବେ ବାରୁଣୀ ରୋଡ ସ୍ଥିତ ଉପଦେଷ୍ଟା ନିଶା ନିବାରଣ କେନ୍ଦ୍ରର ଜଣେ ଅନ୍ତେବାସୀ ନିର୍ଯ୍ୟାତନାର ଶିକାର ହୋଇଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା  । ଏହାକୁ ନେଇ ଆକ୍ସନ ମୋଡ଼କୁ ଆସିଛି ପୋଲିସ। ମାଲିକ ଶାନ୍ତନୁ କୁମାର ଦାସଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି  । ଝାଡଖଣ୍ଡ ରାଜ୍ଯ ବହଡାଗୋଡା ଅଞ୍ଚଳର ନିହାର ରଞ୍ଜନ ସିଟ(୪୦) ଉକ୍ତ ଅନ୍ତେବାସୀ କଟକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାହାର ମଙ୍ଗଳବାର ସକାଳେ ମୃତ୍ୟ ଘଟିଛି । ଏହାକୁ ନେଇ ବାରିପଦା ସହରରେ ଛତୁ ଫୁଟିଲା ପରି ଖୋଲିଥିବା ବେଆଇନ ନିଶା ନିବାରଣ କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବାରିପଦା ଟାଉନ ଥାନା ପୋଲିସ । ଆଗକୁ ମଧ୍ୟ ଅନ୍ଯ ସମସ୍ତ ନିଶା ନିବାରଣ କେନ୍ଦ୍ରର ନଥିପତ୍ର ଯାଞ୍ଚ କରାଯାଇ ବୈଧ୍ୟ କାଗଜପତ୍ର ନଥିଲେ କେନ୍ଦ୍ର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କୁହାଯାଇଛି।

ଅନ୍ଯପଟେ ବାରିପଦା ସହରରେ ବର୍ତ୍ତମାନ ସମୟରେ ଅନେକ ସଂଖ୍ଯକ ନିଶା ନିବାରଣ ଖୋଲିଥିବା ବେଳେ କେବଳ ଗୋଟେ ମାତ୍ର ନିଶା ନିବାରଣ କେନ୍ଦ୍ର ସରକାରୀ ସ୍‌ୱୀକୃତିପ୍ରାପ୍ତ ଅଟେ । ତେବେ ଅନ୍ଯ ଗୁଡିକ କିପରି କାହା ଠାରୁ ସ୍‌ୱୀକୃତି ଆଣି ନିଶା ନିବାରଣ କେନ୍ଦ୍ର ଖୋଲି ଚଳାଉଛନ୍ତି? ସରକାରୀ ଗାଇଡ଼ଲାଇନ ପାଳନ କରିଛନ୍ତି କି ନାହିଁ? ଏନେଇ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଗାମୀ ଦିନରେ ବିହୀତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ତରୁଣ ତପନ ପ୍ରହରାଜ କହିଛନ୍ତି।

ଏପଟେ ପୌରପାଳିକା ପକ୍ଷରୁ ମଧ୍ୟ ଟିକସ ଆଦାୟକାରୀଙ୍କ ଜରିଆରେ ସମସ୍ତ ନିଶା ନିବାରଣ କେନ୍ଦ୍ରର ଗୃହ ମାଲିକ ମାନଙ୍କୁ ନୋଟିସ ଜାରି କରି ଯାଞ୍ଚ ପ୍ରକ୍ରିୟା କରାଯିବ ବୋଲି ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି । ତେବେ ବାରିପଦା ସହରରେ ନିଶା ନିବାରଣ କେନ୍ଦ୍ର ଗୁଡିକ ଛତୁ ଫୁଟିଲା ପରି ଖୋଲି ବେଆଇନ କାରବାର ଚଳାଇଛନ୍ତି। କିଛି ମାସ ପୂର୍ବରୁ କାଲିକାପୁର ଅଞ୍ଚଳରେ ଏକ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବାର ଭିଡ଼ିଓ ମଧ୍ଯ ଭାଇରାଲ ହେବା ପରେ ସମଗ୍ର ରାଜ୍ଯରେ ହଇଚଇ ସୃଷ୍ଟି ହୋଇଥିଲା । ପ୍ରଶାସନ ପକ୍ଷରୁ ଉକ୍ତ କେନ୍ଦ୍ରକୁ ବନ୍ଦ କରିବା ସହ ମାଲିକକୁ ଗିରଫ କରାଯାଇଥିଲା । ପୁନଶ୍ଚ ସମାନ ଘଟଣା ପୁନରାବୃତ୍ତି ଦେଖିବାକୁ ମିଳିଛି। ମାଲିକମାନେ ବିଚାର ବିଭାଗୀୟ ହାଜତରୁ ଜାମିନରେ ଆସି ଅନ୍ଯ ସ୍ଥାନରେ ନାମ ପରିବର୍ତ୍ତନ କରି ପୁନର୍ବାର ସମାନ କାରବାର ଆରମ୍ଭ କରୁଛନ୍ତି।

ନିଶା ନିବାରଣ କେନ୍ଦ୍ର ପାଇଁ ଆବଶ୍ଯକ ନିୟମ ସର୍ତ୍ତାବଳୀ ଏଡାଇବାକୁ ଯାଇ ଟ୍ରଷ୍ଟ ଜରିଆରେ କେନ୍ଦ୍ର ପରିଚାଳନା କରି ବେଆଇନ କାରବାର କରୁଛନ୍ତି। ସହରରେ କେତୋଟି ଏଭଳି କେନ୍ଦ୍ର ରହିଛି, ତାହା ପୋଲିସ୍ ବା ଜିଲ୍ଲା ପ୍ରଶାସନ ପାଖରେ ଖବର ନାହିଁ । ଅବାଟରେ ଥିବା ପିଲାଙ୍କୁ ବାପା-ମା’ ଓ ପରିବାର ବର୍ଗ ବାଟକୁ ଆଣିବା ପାଇଁ ବନ୍ଧାଛନ୍ଧା ପକାଇ ଏପରକି ଋଣ କରି ଅର୍ଥ ପ୍ରଦାନ ପରେ ଠକାମୀର ଶିକାର ହେଉଥିବା ଦେଖିବାକୁ ମିଳୁଛି ।

 

Sonalisa

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

42 seconds ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

17 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

50 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

52 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

58 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago