ଈମାମୀ କିସ୍ ରେସିଡେନ୍ସିଆଲ୍ ସ୍କୁଲରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ, କୃତି ଛାତ୍ରୀ ହେଲେ  ପୁରସ୍କୃତ

କୁନି କୁନି ପିଲାଙ୍କ ଅଦ୍ଭୁତପୂର୍ବ ସଫଳତା । ଭଲ ମାର୍କ ରଖି ସାଉଣ୍ଟୁଛନ୍ତି ପ୍ରଶଂସା । ଖାଲି ଯେ ପ୍ରଶଂସା ସାଉଣ୍ଟୁଛନ୍ତି ତା ନୁହେଁ ରିପୋର୍ଟ କାର୍ଡ଼ ସହ ସେମାନଙ୍କୁ ପୁରସ୍କାର ମଧ୍ୟ ଦିଆଯାଇଛି । ପୁରସ୍କାର ପାଇବା ପରେ ପିଲାଙ୍କ ଖୁସି କହିଲେ ନସରେ । ବାପା ମା’ ବି ପିଲାମାନଙ୍କ ସଫଳତା ଦେଖି ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି ।

ବାଲେଶ୍ବର ଆର୍ମଳା ସ୍ଥିତ ଈମାମୀ କିସ୍ ରେସିଡେନ୍ସିଆଲ୍ ସ୍କୁଲରେ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ଅବସରରେ କୃତି ଛାତ୍ରୀମାନଙ୍କୁ ସେମାନଙ୍କର ରିପୋର୍ଟ କାର୍ଡ ପ୍ରଦାନ କରାଯାଇଛି । ଏହି ଅବସରରେ ବିଶିଷ୍ଟ ଅତିଥି ଭାବେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକ ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ଯୋଗ ଦେଇ କୃତି ଛାତ୍ରୀମାନଙ୍କୁ ରିପୋର୍ଟ କାର୍ଡ ସହ ପୁରସ୍କାର ପ୍ରଦାନ କରିଥିଲେ । ୨୦୨୪-୨୫ ଶିକ୍ଷା ବର୍ଷର ପ୍ରଥମରୁ ଷଷ୍ଠ ଶ୍ରେଣୀ ଛାତ୍ରୀମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି । ସ୍କୁଲର ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ୧୮ ଜଣ ଛାତ୍ରୀଙ୍କୁ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ରେଙ୍କ ଅନୁସାରେ ସେମାନଙ୍କ ରିପୋର୍ଟ କାର୍ଡ ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

ସମସ୍ତ ଛାତ୍ରୀମାନେ ଆଶାତୀତ ସଫଳତା ହାସଲ କରିଥିବା ବେଳେ ସ୍କୁଲର ପ୍ରିନ୍ସିପାଲ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ତ୍ତୃପକ୍ଷଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ଏହା ସମ୍ଭବ ହୋଇଛି । ଆଜି ଅତିରିକ୍ତ ଜିଲ୍ଲାପାଳ ସ୍କୁଲରେ ଉତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ, କ୍ୟାମ୍ପସ, କ୍ଲାସ ରୁମ୍, ହଷ୍ଟେଲ ରୁମ୍, କିଚେନ୍ ରୁମ୍, ଡାଇନିଂ ହଲ୍, କନଫେରେନ୍ସ ହଲ୍ ପରିଦର୍ଶନ ସହ ଅବିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ଖୁବ୍ ଖୁସି ହୋଇଥିଲେ । ଏହା ସହ ଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ ଓ ସ୍କୁଲର ଉତ୍ତୋରତର ଉନ୍ନତି କାମନା କରିଥିଲେ ।

ଈମାମୀ କିସ୍ ରେସିଡେନ୍ସିଆଲ୍ ସ୍କୁଲ ଛାତ୍ରୀମାନେ ନିଜ ଚେଷ୍ଟା ବଳରେ ଆଜି ଏଭଳି ସଫଳତା ଆସଲ କରିଛନ୍ତି । ଆଜିକାଲିର ପିଲାମାନଙ୍କର ମୋବାଇଲ୍ ପ୍ରତି ଆଗ୍ରହ ବଢ଼ୁଛି । କିନ୍ତୁ ଏହି ସ୍କୁଲର ପରିବେଶ ଓ ବାତାବରଣ ଏଠାକାର ପିଲାମାନଙ୍କୁ ପାଠ ପଢ଼ା ପ୍ରତି ରୁଚି ବଢ଼ାଉଛି ।

Also Read: ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, କଲରାବାଙ୍କ ହାଇସ୍କୁଲର ଶତପ୍ରତିଶତ ସଫଳତା