୧୯ରୁ ଲେଉଟିବ ତାତି, ମେ ୩୧ରେ କେରଳ ଛୁଇଁପାରେ ଦକ୍ଷିମ-ପଶ୍ଚିମ ମୌସୁମୀ ବାୟୁ

ପୁଣି ଲେଉଟିବ ତାତି । ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି । ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡିଗ୍ରୀ ଡେଇଁବ । ୧୯ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ବଢିବ । ମେ ୩୧ରେ କେରଳ ଛୁଇଁପାରେ ଦକ୍ଷିମ-ପଶ୍ଚିମ ମୌସୁମୀ ବାୟୁ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଯଦି ମୌସୁମୀ ଆଗକୁ ବଢିବାକୁ ପାଗ ଅନୁକୂଳ ରହିବ ତାହେଲେ ଜୁନ୍ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁପାରେ ମୌସୁମୀ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ଲେଉଟିବ ତାତି । ୪ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାତି । ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡିଗ୍ରୀ ଡେଇଁବ । ୧୯ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ବଢିବ । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ରେ ତାପମାତ୍ରା ବଢିବା ସମ୍ଭାବନା ରହିଛି । ଏସବୁ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିବ । ୧୯ ଓ ୨୦ ତାରିଖରେ କିଛି ଜିଲ୍ଲାକୁ ଗ୍ରୀଷ୍ମ ଲହରୀ ପାଇଁ ୟେଲୋ ଆଲର୍ଟ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।

ତେବେ ଦୁଇ ଦିନ କୋହଲା ପାଗ ରହିବ। ଆଜି ଓ ଆସନ୍ତାକାଲି ପାଇଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ସମ୍ଭାବନା ରହିଛି । ଆଜି ୧୧ ଜିଲ୍ଲା ଓ କାଲି ୮ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ପବନ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ଏଥର ସ୍ବାଭାବିକ ଠାରୁ ଗୋଟିଏ ଦିନ ଆଗରୁ ମୌସୁମୀ କେରଳ ଛୁଇଁବ । ମେ ୩୧ରେ କେରଳ ଛୁଇଁପାରେ ଦକ୍ଷିମ-ପଶ୍ଚିମ ମୌସୁମୀ ବାୟୁ। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଯଦି ମୌସୁମୀ ଆଗକୁ ବଢିବାକୁ ପାଗ ଅନୁକୂଳ ରହିବ ତାହେଲେ ଜୁନ୍ ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁପାରେ ମୌସୁମୀ ।

Leave A Reply

Your email address will not be published.