ଭୁବନେଶ୍ବର : ଅକ୍ଟୋବରରେ ବଙ୍ଗୋପସାଗରରେ ଦାନା ବାନ୍ଧିବ କି ବାତ୍ୟା ? ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସଙ୍କ ପୂର୍ବାନୁମାନ । ଆସନ୍ତା ସପ୍ତାହ ଶେଷ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ବାତ୍ୟାର ଆଶଙ୍କା ରହିଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିପାରେ । ସେହିପରି ୱିଣ୍ଡିର ଉଭୟ ECMWF ଓ GFS ମଡେଲ ଅନୁସାରେ ଆସନ୍ତା ୨୨ରୁ ୨୭ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ସାଇକ୍ଲୋନ ସମ୍ଭାବନା ରହିଛି ।
ତେବେ ଆଇଏମଡି ସାଇକ୍ଲୋନ ନେଇ ଏଯାଏ କିଛି ଆକଳନ କରିନାହିଁ । ଏହା ପୂର୍ବ ଭାରତରେ ପହଞ୍ଚିବ ବୋଲି ଦୁଇଟି ଯାକ ମଡେଲ ଦର୍ଶାଇଛନ୍ତି । ECMWFମଡେଲ ଅନୁଯାୟୀ ଏହା ମଧ୍ୟପ୍ରଦେଶ ମୁହାଁଇପାରେ । ସେହିପରି GFS ମଡେଲ ଏହା ପୂର୍ବ ୟୁପି କିମ୍ବା ବିହାରରେ ପହଞ୍ଚିବ ବୋଲି ଆକଳନ କରୁଛି । ତେବେ ନିର୍ଦ୍ଦିଷ୍ଟ ଗତିପଥ ସ୍ପଷ୍ଟ ହୋଇନାହିଁ ।
ଏପଟେ ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟର ସମ୍ଭାବନା । ପ୍ରଭାବରେ ୨୨ ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସଗାରରେ ଲଘୁଚାପ ସୃଷ୍ଟି ହେବ । କ୍ରମଶଃ ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ୨୩ ଓ ୨୪ ତାରିଖରେ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ତେବେ ସାଇକ୍ଲୋନ ନେଇ ଏଯାଏ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ ।