ସାବଧାନ ! ଆହୁରି କଲବଲ କରିବ ଭୀଷଣ ତାତି, ଏପ୍ରିଲରୁ ଜୁନ୍ ଯାଏ ହେବ ଅଗ୍ନି ବର୍ଷା

ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ତାତି ।  ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବାନୁମାନ କଲା ଆଇଏମଡି । ଏପରିକି ହିଟ ୱେଭ ଅବଧି ବି ଅଧିକ ରହିବ ବୋଲି ପୂର୍ବାନୁମାନ କଲା ଆଇଏମଡି । ଏହି ୩ ମାସ ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା ।  ହିଟ୍ ୱେଭ୍ ଦିନ ସଂଖ୍ୟା ମଧ୍ୟ ଅଧିକ ରହିବ ।  ସର୍ବନିମ୍ନ ତାପମାତ୍ରା ବି ସ୍ବାଭାବିକ ଠାରୁ ଉପରେ ରହିବ ।  ଏକ ଅନଲାଇନ ପ୍ରେସ୍ କନଫରେନ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।  ଆଇଏମଡି ଆକଳନ ଅନୁସାରେ ଉତ୍ତର ଓ ପୂର୍ବ ଉପଦ୍ବୀପ, କେନ୍ଦ୍ରୀ ଭାରତ, ପୂର୍ବ ଭାରତ ଓ ଉତ୍ତରପଶ୍ଚିମ ଭାରତରେ ସ୍ବାଭାବିକ ଠାରୁ ଅଧିକ ରହିବ ତାପାମତ୍ରା ।

ଏହି ସବୁ ଅଞ୍ଚଳ ଭିତରେ ରହିଛି ରାଜସ୍ଥାନ, ଗୁଜରାଟ, ପଞ୍ଜାବ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର କର୍ଣ୍ଣାଟକ ଓ ତାମିଲନାଡ଼ୁ । ଏହି ସବୁ ରାଜ୍ୟରେ ସ୍ବାଭାବିକ ଠାରୁ ଦୁଇ ରୁ ୪ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ହେବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।  ତେବେ ପଶ୍ଚିମ ଓ ପୂର୍ବ ଭାରତର କିଛି ଅଞ୍ଚଳରେ ତାତି ସ୍ବାଭାବିକ ରହିବ ।

 

 

ଆହୁରି ପଢ଼ନ୍ତୁ : କାଳବୈଶାଖୀ ଆଣିବ ଆଶ୍ବସ୍ତି, ଆଜିଠୁ ୬ ଯାଏଁ ବର୍ଷା ସମ୍ଭାବନା