ଆଗାମୀ ୩ ଦିନ ଶୀତରୁ ମିଳିବ ନିସ୍ତାର, ୧୦ ଜିଲ୍ଲାକୁ କୁହୁଡ଼ି ଚେତାବନୀ ଜାରି
ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଆଗାମୀ ୩ ଦିନ ଶୀତରୁ ମିଳିବ ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ରୁ ୪ ଡିଗ୍ରୀ ଯାଏ ବଢ଼ିପାରେ ତାପମାତ୍ରା । ୩ ଦିନ ପରେ ପୁଣି ଥରେ ରାଜ୍ୟକୁ ଫେରିବ ଶୀତ । ସର୍ବନିମ୍ନ ତାପମାତ୍ରାରେ ପୁଣି ୨ରୁ ୩ ଡିଗ୍ରୀ ହ୍ରାସ ଅନୁମାନ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ଆସନ୍ତାକାଲି ପାଇଁ ୧୦ ଜିଲ୍ଲାକୁ କୁହୁଡ଼ି ଚେତାବନୀ ଜାରି । ଆଜି ସନ୍ଧ୍ୟାରେ ୫ ଜିଲ୍ଲାରେ କୁହୁଡ଼ି ପଡ଼ିବା ଆଶଙ୍କା କରାଯାଇଛି । ଆଜି ସନ୍ଧ୍ୟାରେ ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି ଓ ଯାଜପୁରରେ ଶୀତ ଲହରୀ । କାଲିଠୁ ୧୪ ତାରିଖ ଯାଏ ୧୦ ଜିଲ୍ଲାରେ କୁହୁଡ଼ି ଆଶଙ୍କା କରାଯାଇଛି। ଝାରସୁଗୁଡ଼ା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ , ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।