୧୯ରୁ ପୁଣି ରାଜ୍ୟରେ ବଢିବ ତାତି, ୨୦ ତାରିଖ ବେଳକୁ ଗ୍ରୀଷ୍ମଲହରୀ ଚେତାବନୀ
ପୁଣି ରାଜ୍ୟରେ ବଢିବ ତାତି। ଅସ୍ତବ୍ୟସ୍ତ କରିବ ଗରମ ଓ ଗୁଳୁଗୁଳି। ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। ୧୯ରୁ ଅଧିକ ଅନୁଭୂତ ହେବ ତାତି।

ଭୁବନେଶ୍ୱର : ପୁଣି ରାଜ୍ୟରେ ବଢିବ ତାତି। ଅସ୍ତବ୍ୟସ୍ତ କରିବ ଗରମ ଓ ଗୁଳୁଗୁଳି। ୪ରୁ ୫ଦିନ ମଧ୍ୟରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ବୃଦ୍ଧି ହେବ। ୧୯ରୁ ଅଧିକ ଅନୁଭୂତ ହେବ ତାତି। ୨୦ତାରିଖ ବେଳକୁ ପ୍ରବଳ ଗରମ ପାଇଁ ଗ୍ରୀଷ୍ମଲହରୀ ଚେତାବନୀ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର।
ଆସନ୍ତାକାଲି ବିଜୁଳି ଓ ଘଡ଼ଘଡ଼ି ପାଇଁ ୭ଜିଲ୍ଲା ନୟାଗଡ଼, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ଗଞ୍ଜାମ ଓ ଗଜପତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉଷ୍ମ ଓ ଆଦ୍ର ପାଣିପାଗ ପାଇଁ ୧୧ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୯ତାରିଖରେ ଅଧିକ ଜିଲ୍ଲାରେ ତାତି ଅନୁଭୂତ ହେବ।
ଉଷ୍ମ ଓ ଆଦ୍ର ପାଣିପାଗ ପାଇଁ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୨୦ ତାରିଖରେ ୧୦ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର ଓ ପଶ୍ଚିମ ଓଡିଶାର କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ୨୧ତାରିଖରେ ୧୪ ଜିଲ୍ଲାକୁ ଗ୍ରୀଷ୍ମଲହରୀ ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।