ଭୁବନେଶ୍ୱର : ବାତ୍ୟାର ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିଛି । ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୪ ଜିଲ୍ଲା ଭଦ୍ରକ, ବାଲେଶ୍ବର, କେଉଁଝର ଏବଂ ମୟୁରଭଞ୍ଜକୁ ରେଡ ଆର୍ଲଟ ଜାରି କରାଯାଇଛି ।
ସେହିପରି ପ୍ରବଳ ବର୍ଷା ନେଇ କେନ୍ଦ୍ରାପଡା, କଟକ, ଯାଜପୁର ଓ ଢେଙ୍କାନାଳକୁ ଅରେଞ୍ଜ ଆର୍ଲଟ ଜାରି ହୋଇଛି । ୨୬ ତାରିଖ ପାଇଁ ମୟୁରଭଞ୍ଜଓ ବାଲେଶ୍ବରକୁ ଜାରି ହୋଇଛି ୟେଲୋ ଆର୍ଲଟ । ଲ୍ୟାଣ୍ଡଫଲ ସମୟରେ କେନ୍ଦ୍ରାପଡା ଏବଂ ଭଦ୍ରକ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଅନେକ ସ୍ଥାନରେ ପାଣି ଜମା ହୋଇ ରହିଛି ।
ଏହି ଦୁଇଟି ଜିଲ୍ଲାକୁ ମିଶାଇ ମୋଟ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆଜି ସକାଳୁ ଏ ପର୍ଯ୍ୟନ୍ତ ଚାନ୍ଦବାଲିରେ ୮୦ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାତ୍ୟା ପ୍ରଭାବରେ ଏବେ ମଧ୍ୟ ବର୍ଷା ଏବଂ ପବନ ଜାରି ରହିଛି ।