ରାଜ୍ୟରେ ଆଉ ୩ ଦିନ ପ୍ରବଳ ଶୀତ, ଲାଗି ରହିବ କୁହୁଡ଼ି

ଭୁବନେଶ୍ୱର : ରାଜ୍ୟରେ ଆଉ ୩ ଦିନ ପ୍ରବଳ ଜାଡ଼ । ୩ ଦିନ ପରେ ଶୀତ କମିବା ନେଇ ପୂର୍ବାନୁମାନ । ୩ ଦିନ ପରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ବୃଦ୍ଧି ହେବ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେପଟେ ଆସନ୍ତା ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ କୁହୁଡ଼ି ।

ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବ। ଆସନ୍ତାକାଲି କେନ୍ଦୁଝର,ଝାରସୁଗୁଡ଼ା,କଳାହାଣ୍ଡି,ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ କୁହୁଡି ହେବ । ସେହିପରି ୧୦ ତାରିଖରେ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା ଓ ଝାରସୁଗୁଡ଼ାରେ କହୁଡ଼ି ହେବ । ୧୧ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।