ଚୌଦ୍ୱାରବାସୀଙ୍କ ନିଦ ହଜାଇ ଦେଇଛି ଇମ୍ଫା: ଜନବସତି ଭିତରେ ପଶୁଛି କାରଖାନାର ବର୍ଜ୍ୟଜଳ

କଟକ : ପରିବେଶ ପ୍ରଦୂଷଣ ସାଙ୍ଗକୁ ଇମ୍ଫାର ବର୍ଜ୍ୟଜଳକୁ କାରଖାନା କର୍ତ୍ତୃପକ୍ଷ ଜନବସତିକୁ ଛାଡୁଛନ୍ତି। ଏହି ବର୍ଜ୍ୟଜଳ ଚୌଦ୍ୱାର କଳିଙ୍ଗ ଛକ କାମୁଡେଇ ସାହିରେ ଲୋକଙ୍କ ଘରେ ପଶୁଛି । ସାମାନ୍ୟ ବର୍ଷା ହେଲେ କେମିକାଲ ମିଶା ବିଷାକ୍ତ ଓ ଦୂଷିତ ପାଣି ଲୋକଙ୍କ ଘରେ ପଶୁଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଇମ୍ଫା କର୍ତ୍ତୃପକ୍ଷ ଶୁଣୁ ନଥିବା ଲୋକ ଅଭିଯୋଗ କରିଛନ୍ତି। ଇମ୍ଫାର ବର୍ଜ୍ୟଜଳ ଯୋଗୁ ଫସଲ ତ ଦୂରର କଥା ଅନ୍ୟ ଗଛ ସବୁ ମଧ୍ୟ ମରି ଯାଉଛି। କେମିକାଲ ମିଶା ପାଣି ସଂସ୍ପର୍ଶରେ ଆସିବାରୁ ଲୋକ ଡାଇରିଆ, ଚର୍ମ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.