ଓଡ଼ିଶାରେ କରୋନାର ୩ୟ ଲହର ସଂକ୍ରମଣ ଆଶଙ୍କା କମ୍‌, ଆଇଆଇଟି କାନପୁର ‘ସୂତ୍ର’ ମଡେଲ ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ବର(କେନ୍ଯୁଜ୍):ଓଡ଼ିଶାରେ କରୋନାର ୩ୟ ଲହର ସଂକ୍ରମଣ ଆଶଙ୍କା କମ୍‌ । କରୋନାର ୩ୟ ଲହରକୁ ନେଇ ଏଭଳି ପୂର୍ବାନୁମାନ କରିଛି ଆଇଆଇଟି କାନପୁର ‘ସୂତ୍ର’ ମଡେଲ । କରୋନାର ଯଦି କୌଣସି ନୂତନ ଭାରିଏଣ୍ଟ ନଆସେ ତାହଲେ ଦୈନିକ ସଂକ୍ରମଣ ୨ହଜାର ମଧ୍ୟରେ ରହିପାରେ । ସେପ୍ଟେମ୍ବରରୁ ସଂକ୍ରମଣ ବଢିବା ସହିତ ଅକ୍ଟୋବର ଶେଷ ଆଡକୁ ପୁଣି ଖସି ଆସିବ । ମୋଟାମୋଟି ଭାବେ ମାସେ କିମ୍ବା ଦେଢମାସ ରହିପାରେ କରୋନା ।

ଟିକାକରଣରେ ଓଡ଼ିଶା ବେଶ ଆଗୁଆ ରହିଛି । ତେଣୁ ୩ୟ ଲହରର ପ୍ରଭାବ ଏତେଟା ରହିବନି । ରାଜ୍ୟରେ ଯଦି କଟକଣା କୋହଳ ହୁଏ,ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି । ଅନ୍ୟପଟେ ଯଦି ଡେଲଟା କିମ୍ବା ଡେଲଟା ପ୍ଲସ ଭାରିଆଣ୍ଟ ଆସେ, ତେବେ ସଂକ୍ରମଣ ବଢିବ । ଏପରିକି ଦୈନିକ ସଂକ୍ରମଣ ୫ହଜାର ପାର କରିବ । ତେବେ ୨ୟ ଲହର ଭଳି ଏତେଟୋ ଘାତକ ହେବ ନାହିଁ । ଫଳରେ ମୃତ୍ୟୁସଂଖ୍ୟା ମଧ୍ୟ କମ ରହିବ । ଯଦି ସବୁ ଠିକଠାକ ରୁହେ, ରାଜ୍ୟ ସମେତ ଦେଶରେ ସଂକ୍ରମଣ ଏତେଟା ଅଧିକ ହେବ ନାହିଁ ବୋଲି ପ୍ରଫେସର ମନୀନ୍ଦ୍ର ଅଗ୍ରଓ୍ଵାଲ କହିଛନ୍ତି ।

Leave A Reply

Your email address will not be published.