ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ଦଳର ବରିଷ୍ଠ ନେତା ବିଜେଡି ସଭାପତିଙ୍କୁ ଭେଟି କଲେ ଆଲୋଚନା

ଭୁବନେଶ୍ଵର : ନବୀନ ନିବାସରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ।  ଦଳର ବରିଷ୍ଠ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।  ପ୍ରସନ୍ନ ଆଚାର୍ଯ୍ୟ, ଶଶୀଭୂଷଣ ବେହେରା, ନୃସିଂହ ସାହୁ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି ।  ବୈଠକରେ ମୁଖ୍ୟତଃ ସାଂଗଠନିକ ନିର୍ବାଚନ ଓ ଦଳୀୟ ବ୍ୟାପାର ନେଇ ଆଲୋଚନା ଚାଲିଥିବା ଜଣାପଡ଼ିଛି ।

ସେହିପରି ରାଜ୍ୟସଭାରେ ୱାକଫ ବିଲ ଭୋଟିଂ ନେଇ ମଧ୍ୟ ଆଲୋଚନା ହୋଇଥାଇପାରେ ବୋଲି ମଧ୍ୟ କୁହାଯାଉଛି।  ୱାକଫ ବିଲ୍ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ଏବେ ଅନେକଙ୍କୁ ୟୁ ଟର୍ଣ୍ଣ ଲାଗୁଥାଇପାରେ ।  ଲୋକସଭା ଓ ରାଜ୍ୟସଭାରେ ଶେଷ ମୁହୁର୍ତ୍ତରେ ନବୀନଙ୍କ ନିଷ୍ପତି ଅନେକଙ୍କୁ ଚକିତ କରିଛି ।

ବିବେକ ଅନୁସାରେ ଭୋଟ୍ ଦେବା ନେଇ ନବୀନଙ୍କ ନିଷ୍ପତିକୁ ନେଇ ଏବେ ଜୋର ଧରିଛି ରାଜ୍ୟ ରାଜନୀତି ।  ବରିଷ୍ଠ ନେତା ନବୀନ ନିବାସ ଯାଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି ।  ଏବେ ନବୀନ ନିବାସରେ ଦଳର ବରିଷ୍ଠ ନେତା ଅଛନ୍ତି ।  ସେମାନଙ୍କ ଦ୍ବନ୍ଦ ପାର୍ଟି ସୁପ୍ରିମୋ ଦୂର କରିବେ ବୋଲି କୁହାଯାଉଛି ।

Also read: ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ, ଆଗାମୀ ସାଙ୍ଗଠନିକ ନିର୍ବାଚନ ସହ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା