ଖାଲି ପଡ଼ିଥିବା ସରକାରୀ ପଦବୀରେ କାହାକୁ ନିଯୁକ୍ତି ଦେବା କର୍ମଚାରୀଙ୍କ ଅଧିକାର ନୁହେଁ: ଓଡିଶା ହାଇକୋର୍ଟ

କଟକ(କେନ୍ୟୁଜ୍‌): ଓଡିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । କୌଣସି ସରକାରୀ ପଦବୀ ଖାଲି ପଡିବା ଅର୍ଥ ସେହି ପଦବୀରେ ଜଣେ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇବା ସଂପୃକ୍ତ କର୍ମଚାରୀଙ୍କର ଆଇନଗତ ଅଧିକାର ନୁହେଁ ବୋଲି କହିଛନ୍ତି ଓଡିଶା ହାଇକୋର୍ଟ । ଏସସିବି ମେଡିକାଲ କଲେଜରେ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗରେ ଦୁଇଟି ଆସିଷ୍ଟାଣ୍ଡ ପ୍ରଫେସର ପଦବୀ ଖାଲି ପଡିଛି । ସେଠାରେ ଜଣେ ଆସିଷ୍ଟାଣ୍ଡ ପ୍ରଫେସର ଏମକେସିଜି ମେଡ଼ିକାଲ କଲେଜରୁ ଡ଼େପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି ।

ଡ଼େପୁଟେସନରେ ଆସିଥିବା ପ୍ରସୂତୀ ରୋଗ ଆସିଷ୍ଟାଣ୍ଡ ପ୍ରଫେସରଙ୍କୁ ସେହି ପଦବୀରେ ନିଯୁକ୍ତି ଦେବାକୁ ପ୍ରାର୍ଥନା କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏସସିବିରେ ଦୁଇଟି ଆସିଷ୍ଟାଣ୍ଡ ପ୍ରଫେସର ପୂରଣ ପାଇଁ ଓଡିଶା ଲୋକସେବା ଆୟୋଗ ବିଜ୍ଞାପନ ପ୍ରକାଶ କରିଥିଲା । ଏହି ଦୁଇଟି ପଦବୀରୁ ଗୋଟିଏ ପଦବୀରେ ଆବେଦନକାରୀଙ୍କୁ ନିୟମିତ କରିବାକୁ ସେ ପ୍ରାର୍ଥନା କରିଥିଲେ । ଏଭଳି ଯୁକ୍ତିକୁ ଓଡିଶା ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ଅଗ୍ରାହ୍ୟ କରିବା ସହ ପିଟିସନକୁ ଖାରଜ କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.