ରାଜ୍ୟ

ଯାଜପୁର ବିଜେପିକୁ ଝଟକା, ଇସ୍ତଫା ଦେଲେ ଯୁବ ମୋର୍ଚା ରାଜ୍ୟକାରିଣୀ ସଦସ୍ୟ ଓ ଯୁବ ମୋର୍ଚା ସାଧାରଣ ସମ୍ପାଦକ

କେନ୍ୟୁଜ୍(ବ୍ୟୁରୋ):  ଯାଜପୁର ବିଜେପିରୁ ଇସ୍ତଫା ଦେଲେ ଯାଜପୁର ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚା ରାଜ୍ୟ କାରିଣୀ ସଦସ୍ୟ ସୌମ୍ୟ ରଞ୍ଜନ ଧଳ, ଜିଲ୍ଲା ଯୁବ ମୋର୍ଚା ସାଧାରଣ ସମ୍ପାଦକ ହୃଷୀକେଶ ମେକାପଙ୍କ ସହ ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ । ଆଜି ବିଜେପି ଦଳରୁ ବିଧିବଦ୍ଧ ଭାବେ ଇସ୍ତଫା ଦେଇଥିବା ଯାଜପୁରର ପାନ୍ଥନିବାସ ପରିସରରେ ଥିବା ସମ୍ମିଳନୀକକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଜିଲ୍ଲା ନେତୃମଣ୍ଡଳୀ ମାନେ ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ କାର୍ଯ୍ୟ କରି ଆସୁଥିବା କର୍ମୀଙ୍କ ସୁଖ ଦୁଃଖରେ ଛିଡା ନହେବା, କର୍ମୀ ମାନଙ୍କୁ ସହଯୋଗ ନକରିବା, କର୍ମୀ ମାନଙ୍କୁ ଅଣଦେଖା କରିବା କାରଣରୁ ଶେଷରେ ଦଳ ଛାଡ଼ିବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି । ଏଥି ସହ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ସମସ୍ତ କାର୍ଯ୍ୟରେ କର୍ମୀ ମାନଙ୍କୁ ଅସହଯୋଗ କରୁଥିବାରୁ କର୍ମୀ ମାନଙ୍କର ଦଳ ପ୍ରତି ଅସନ୍ତୁଷ୍ଟ ବଢିବାରେ ଲାଗୁଥିଲା ।

ପରିଶେଷରେ ଜିଲ୍ଲାରେ ନେତୃତ୍ବ ନେଉଥିବା ସଭାପତିଙ୍କ ଉପରେ ଆଶା ଭରସା ନ ରଖି ପାରି ଆଜି ଦଳରୁ ସାମୁହିକ ଇସ୍ତପା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଯାଜପୁର ଜିଲ୍ଲାରେ ଜେଉଁ ଦଳ ବିକାଶ କରୁଛି ଏବଂ ସମସ୍ତ ସୁଖ ଦୁଃଖରେ ଚିଢ଼ା ହେଉଛି ଆମେ ସେହି ଦଳରେ ରହି କାର୍ଯ୍ୟ କରିବୁ ବୋଲି ସୂଚନା ଦେଇଛନ୍ତି ।

 

 

Sasmita

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

6 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

8 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

43 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

54 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago