ଆନନ୍ଦପୁର ମେଡ଼ିକାଲରେ ବିକଳ ଚିତ୍ର, ବେଡ୍‌ ଅଭାବରୁ ଖରାରେ ଘଣ୍ଟାଘଣ୍ଟା ଠିଆ ହେଲେ ଥାଲାସେମିଆ ରୋଗୀ

କେନ୍ଦୁଝର ଆନନ୍ଦପୁର ମେଡ଼ିକାଲରେ ବିକଳ ଚିତ୍ର । ଥାଲାସେମିଆ ରୋଗରେ ପୀଡିତ ୪୦ରୁ ଊର୍ଦ୍ଧ୍ଵ ଶିଶୁ ରକ୍ତ ପ୍ୟାକେଟ ଧରି ଠିଆ ହୋଇଥିଲେ ଘଣ୍ଟା ଘଣ୍ଟା ।

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଆନନ୍ଦପୁର ମେଡ଼ିକାଲରେ ବିକଳ ଚିତ୍ର । ଥାଲାସେମିଆ ରୋଗରେ ପୀଡିତ ୪୦ରୁ ଊର୍ଦ୍ଧ୍ଵ ଶିଶୁ ରକ୍ତ ପ୍ୟାକେଟ ଧରି ଠିଆ ହୋଇଥିଲେ ଘଣ୍ଟା ଘଣ୍ଟା । ଖରାରେ ଶିଝୁଥିଲେ ପିଲା ଓ ତାଙ୍କ ମାଆ ବାପା। କାରଣ ରକ୍ତ ନେବା ପାଇଁ ସେମାନଙ୍କୁ ଡାକ୍ତଖାନାରେ ବେଡ୍‌୍‌ଟିଏ ମିଳି ପାରିଲା ନାହିଁ । ଫଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା ।

କେବଳ ସେତିକି ନୁହଁ ମେଡ଼ିକାଲ୍‌୍‌ର ଅଧିକାଂଶ ରୋଗୀ ବେଡ୍‌ ଅଭାବରୁ ବାରଣ୍ଡାରେ ପଡ଼ିଥିବା ଦେଖିବାକୁ ମିଳିଛି । ନୂଆ କରି ତିଆରି ହୋଇଥିବା ଏକ ୱାର୍ଡକୁ ଚାବି ପକା ଯାଇ ରଖାଯାଇଛି । ତେବେ କାହିଁକି ଏହା ବନ୍ଦ ଅଛି ତାର ଉତ୍ତର ନାହିଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ପାଖରେ । ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.