ଷଣ୍ଢକୁ ବଞ୍ଚାଇବାକୁ ଯାଇ ମୁହାଁମୁହିଁ ପିଟି ହେଲା ଦୁଇ ଗାଡ଼ି, ୨୦ ଫୁଟ ତଳକୁ ଖସି ଜଳିଗଲା କାର

ପିପିଲି : ଷଣ୍ଢକୁ ବଞ୍ଚାଇବାକୁ ଯାଇ ଜଳିଗଲା କାର । ମୁହାଁମୁହିଁ ପିଟିହେଲା ଦୁଇ ଗାଡ଼ି । ବାଇକକୁ ଧକ୍କା ଦେଇ ୨୦ ଫୁଟ ତଳକୁ ଖସିଲା କାର୍ । ପରେ କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଲିଯାଇଛି । ଦୁର୍ଘଟଣାରେ ୬ ଜଣ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଏକ ଓଲା ବାଇକ ଏବଂ ଏକ ହୋଣ୍ଡା କାର ଆସୁଥିଲା । ଦାଣ୍ଡମୁକୁନ୍ଦପୁର ବାହାବଜା ଛକ ନିକଟରେ ଏକ ଷଣ୍ଢ ହଠାତ ଡାହାଣ ପଟୁ ବାମ ପଟ ରାସ୍ତା ଉପରକୁ ଚାଲି ଆସିବାରୁ ହୋଣ୍ଡା କାର ବାମପଟକୁ କାଟି ଦେଇଥିଲା । ଫଳରେ ବାମ ପଟେ ଥିବା ଓଲା ବାଇକରେ ମାଡ ହୋଇଥିଲା ।  ଏହା ପରେ କାରରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଲିଯାଇଥିଲା । କାରରେ ୪ ଜଣ ଲୋକ ଥିବା ବେଳେ ସେଥିରେ ଏକ ୩ ମାସର ଛୁଆ ଥିଲା । କିନ୍ତୁ ଏଥିରେ ୬ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପିପିଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.