ସ୍ୱାମୀ ଘରେ ନ ଥିବା ବେଳେ ଏଣେ ତେଣେ ବୁଲୁଥିଲା ସ୍ତ୍ରୀ, ପିଟି ପିଟି ମାରିଦେଲା ସ୍ୱାମୀ

ବାଂଶପାଳ: ସ୍ତ୍ରୀ’କୁ ସନ୍ଦେହରେ ଦେଖୁଥିଲା ସ୍ୱାମୀ । ସ୍ୱାମୀର ସନ୍ଦେହ ସ୍ତ୍ରୀ ପାଇଁ ହେଲା କାଳ। ସ୍ୱାମୀ ଘରେ ନ ଥିବା ବେଳେ ଏଣେ ତେଣେ ବୁଲୁଥିଲା ସ୍ତ୍ରୀ। ସ୍ୱାମୀ ଏହାକୁ ସହି ନ ପାରି ରାଗରେ ପାଚି ଲାଲ ହୋଇଯାଇଥିଲା । ଶେଷରେ ନୃଶଂସ ସାଜି ବାଡିରେ ପିଟି ପିଟି ହତ୍ୟା କଲା । ହତ୍ୟା କରିବା ପରେ ଶଶୁର ଘର ଓ ସମ୍ପର୍କୀୟଙ୍କ ସହିତ ଚାଲି ଥିଲା ସମାଧାନ ହେଲେ ପୋଲିସ ଜାଣି ଦେଲା । ଆଉ ତା’ ପରେ କଣ ଘଟଣା ଘଟିଲା ଚାଲନ୍ତୁ ଜାଣିବା ।

ହଁ ଦର୍ଶକବନ୍ଧୁ, ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଂଶପାଳ ବ୍ଲକ ନୟାକୋଟ ଥାନା କାଦଡିହା ଗାଁ ରେ। ସୂଚନା ଅନୁସାରେ କାଦଡିହା ଗାଁର ବାବୁଲା ମୁଣ୍ଡା, ସ୍ତ୍ରୀ ମିଲି ମୁଣ୍ଡା ୩ ସନ୍ତାନଙ୍କ ସହିତ ପୁରା ପରିବାର ହସ ଖୁସିରେ ଚଳୁଥିଲେ। ସ୍ବାମୀ ବାବୁଲା ସ୍ତ୍ରୀ ମିଲିକୁ ଅନେକ ସମୟରେ ସନ୍ଦେହରେ ଦେଖୁଥିଲା। ସ୍ୱାମୀ ବାବୁଲାଙ୍କ କହିବାନୁସାରେ ଘରେ ସେ ନଥିବା ବେଳେ ମିଲି ଏଣେ ତେଣେ ବୁଲୁଥିଲା । ଏହାକୁ ବାବୁଲା ସହ୍ୟ କରି ପାରୁ ନଥିଲା । ସେଥିପାଇଁ ସ୍ୱାମୀ ସ୍ତ୍ରୀ ଉପରେ ରାଗି ପାଚି ଲାଲ ହୋଇ ଯାଇଥିଲା । ଘଟଣା ଘଟିଥିବା ଗତ ଶନିବାର ଦିନ ସ୍ବାମୀ ନଈରୁ ମାଛ ଆଣି ଘରକୁ ଆସିଥିଲା । ଘରେ ଉଭୟ ସ୍ତ୍ରୀ ମିଲି ଓ ସ୍ୱାମୀ ବାବୁଲା ମାଛ ତରକାରୀ କରିଥିଲେ । ଉଭୟ ମଦ ପିଇ ନିଶାସକ୍ତ ଥିଲେ। ଖାଇବା ପରେ ଉଭୟଙ୍କ ମଧ୍ଯରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଶେଷରେ ନୃଶଂସ ସାଜି ସ୍ତ୍ରୀ ମିଲିକୁ ବାଡିରେ ପିଟି ପିଟି ହତ୍ୟା କରିଥିଲା । ରାତିରେ ପ୍ରବଳ ରକ୍ତସ୍ରାବ ହେବା ସହ ରବିବାର ମିଲିର ମୃତ୍ୟୁ ଘଟିଥିଲା । ରବିବାର ସକାଳେ ପରିବାର ଲୋକେ ମେଡିକାଲ ନେବାକୁ ଆମ୍ବୁଲାନ୍ସ ଡାକି ଥିଲେ ହେଁ ମୃତ୍ୟୁ ଘଟିଥିବାରୁ ଆମ୍ବୁଲାନ୍ସକୁ ପୁଣି ମନା କରି ଦେଇଥିଲେ ।

ତେବେ ହତ୍ୟା କରି ସାରିବା ପରେ ବାବୁଲାର ବୁଦ୍ଧି ହଜି ଯାଇଥିଲା। ୩ ଦିନ ଧରି ଘରେ ମୃତଦେହ ପଡ଼ିବା ପରେ ଗତକାଲି ଶଶୁର ଘର ଲୋକ ଓ ସାହି ପଡିଶାକୁ ଆପୋଷ ସମାଧାନ ପାଇଁ ବାବୁଲା ପ୍ରାଣ ପଣେ ଉଦ୍ୟମ କରି ଥିଲା । ସଫଳ ମଧ୍ଯ ହୋଇଥିଲା । ଗତ କାଲି ଅପରାହ୍ନ ୪/୫ ଟା ରେ ଶ୍ମଶାନକୁ ନେବା ପାଇଁ କୋକେଇ ବନ୍ଧା ସରିଥିବା ବେଳେ କୌଣସି ସୁତ୍ରରୁ ପୋଲିସ ଘଟଣା ସମ୍ପର୍କରେ ଖବର ପାଇ ସନ୍ଧ୍ୟାରେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲା । ପୋଲିସ ଏପରି ସମ୍ବେଦନଶୀଳ ଘଟଣାରେ ନିଜଆଡୁ ହସ୍ତକ୍ଷେପ କରିବା ସହ ବାବୁଲା କୁ ତାଗିଦ କରିଥିଲା । ପ୍ରଥମେ ଜ୍ଵର ହୋଇ ମୃତ୍ୟୁ ଘଟିଥିବା ବାହାନା କରୁଥିବା ବେଳେ ପରେ ପୋଲିସ ଆଗରେ ହତ୍ୟା କରିଥିବା ନେଇ ସ୍ବୀକାର କରିଥିଲା । ନୟାକୋଟ ଥାନା ଅଧିକାରୀ କିଶୋର ଚନ୍ଦ୍ର ପ୍ରଧାନ ସଦଳ ବଳ ଘଟଣା ସ୍ଥଳରୁ ବାବୁଲାକୁ ଉଠାଇ ଆଣି ଗତ କାଲି ଠାରୁ ଥାନା ରେ ଅଟକ ରଖିଥିବା ବେଳେ ଆଜି ଫରେନ୍ସିକ ଟିମ, ସଦର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛନ୍ତି।

Also Read: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ, ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର…