ରାଜଧାନୀ ଲୋକଙ୍କ ପାଇଁ ସ୍ପେଶାଲ ଅଫର, ୧୦୦ ଟଙ୍କାରେ ମିଳିବ ୩ କେଜି ଆଳୁ

ଭୁବନେଶ୍ୱର : ରାଜ୍ୟରେ ଆଳୁ ଦର କମିବାରେ ନାଁ ଧରୁନି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୬୦ ଟଙ୍କାରେ ବିକ୍ରି ହେଉଛି ଆଳୁ ।  ଏପରିକି ବଜାରରୁ ଏକପ୍ରକାର ଆଳୁ ଉଭାନ ହେଲାଣି । ଆଳୁ ସଙ୍କଟ ବେଳେ ଏବେ ରାଜଧାନୀବାସୀଙ୍କ ପାଇଁ ଖୁସି ଖବର ଆସିଛି । ବର୍ତ୍ତମାନ ୧୦୦ ଟଙ୍କାରେ ପାଇବେ ୩ କିଲୋ ଆଳୁ । ପରିବାର ପିଛା ୩ କିଲୋ ଆଳୁ ମିଳିବ । ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ସୂଚନା ଅନୁସାରେ ଭୁବେନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ୯୫ ରୁ ଅଧିକ ଡିଲରଙ୍କୁ ଆଳୁ ବିକ୍ରି କରିବ ଯୋଗାଣ ବିଭାଗ । ରାଜଧାନୀର ପ୍ରାୟ ୧୦୦ ଜଣ ଡିଲରଙ୍କୁ ଆଳୁ ଯୋଗାଇବି ଯୋଗାଣ ବିଭାଗ । ୩ କେଜିକୁ ୧୦୦ଟଙ୍କାରେ ବିକ୍ରି କରିବେ ଡିଲର । ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଆଳୁ ବିକ୍ରି କରିବେ ଡିଲର । ପରିବାର ପିଛା ୩ କେଜି ଆଳୁ ବିକିବେ ଡିଲର । ଉଭୟ କାର୍ଡ ଧାରୀ ଓ ବିନା କାର୍ଡ ଧାରୀ ପରିବାର ବି ପାଇପାରିବେ ଆଳୁ ।

ଅନ୍ୟପଟେ  ଆଳୁର ଏଭଳି ଚଢ଼ା ଦରକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।  ଆଳୁକୁ ନେଇ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଚିନ୍ତିତ ଅଛନ୍ତି । ଲୋକଙ୍କ ଥାଳିରୁ ଆଳୁ କମିଗଲାଣି ।  ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like