କଟକରେ ଯୁବତୀକୁଙ୍କୁ ଛୁରାମାଡ଼, କାରଣ ଅସ୍ପଷ୍ଟ
କଟକ : ମାଣିଘୋଶ ବଜ଼ାରରେ ଯୁବତୀ ଙ୍କୁ ମରଣାନ୍ତକ ଆକ୍ରମଣ । ଯୁବତୀ ଜଣକ ରାସ୍ତାରେ ଛିଡା ହୋଇଥିବା ବେଳେ ଜଣେ ଯୁବକ ତାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବି ପଠାଯାଇଛି । ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀତ ଆଘାତ ଲାଗିଛି । ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ କାହିଁକି ଓ କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।