ବିଧାନସଭା ଗୃହ କମିଟି ନିକଟରେ ଗୁହାରି କଲେ ଜମିହରା

kendujharକେନ୍ଦୁଝର: ବିଧାନସଭା ଗୃହ କମିଟି ନିକଟରେ ଗୁହାରି କଲେ ଜମିହରା। ୧୯୮୨ ମସିହାରେ କେନ୍ଦୁଝର ବିଲେଇପଦାଠାରେ ଟାଟାଷ୍ଟିଲ ଓ ଇପିକଲ୍ ସହାୟତାରେ ତିଆରି ହୋଇଥିଲା ଏହି ସ୍ପଞ୍ଜ ଆଇରନ୍ କାରଖାନା। ପ୍ରଥମେ ଇପିଟାଟା, ପରେ ଟାଟା ସ୍ପଞ୍ଜ ଆଇରନ୍ ଲିମିଟେଡ ନାମରେ ପରିଚିତ ହେଲା।

କାରଖାନା ଆରମ୍ଭ ସମୟରେ ଲୋକଙ୍କୁ ବିଭିନ୍ନ ସ୍ୱପ୍ନ ଦେଖାଇ ଜମି ନିଜ ହାତକୁ ନେଇଗଲା କମ୍ପାନି। ହେଲେ ଏପଯ୍ୟର୍ନ୍ତ ଜମିହରାଙ୍କୁ କୌଣସି ସୁବିଧା ମିଳିନାହିଁ। ଏପରିକି ଅଧିଗ୍ରହଣ ଠାରୁ ଅଧିକ ଜମି କମ୍ପାନି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲ୍ଳାସ୍ତରୀୟ ଆଲୋଚନା କରାଯିବା ସହ ଜମିହରାମାନେ ନିଜ ମତ ରଖିଥିଲେ।

Leave A Reply

Your email address will not be published.