ଢେଙ୍କାନାଳ ହସ୍ପିଟାଲ ଓପିଡି ଆଗରେ ପ୍ଲାଷ୍ଟିକ ଜାର ଭିତରେ ବିଶାକ୍ତ ସାପଛାଡ଼ି ରୋଗୀ ଛୁ, ଉଦ୍ଧାର କରି ମେଘା ସଂରକ୍ଷିତ ଜଙ୍ଗଲରେ ଛାଡିଲେ
ଗତକାଲି ସକାଳୁ ଜଣେ ମହିଳା ସାପ କାମୁଡିଥିବା ବ୍ୟକ୍ତିଙ୍କୁ ନେଇ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ସାଙ୍ଗରେ ସେ ଏକ ପ୍ଲାଷ୍ଟିକ ଡବାରେ ସାପଟିକୁ ପୁରାଇ ଆଣିଥିଲେ ।
ଢେଙ୍କାନାଳ(କେନ୍ୟୁଜ୍): ବିଶାକ୍ତ ସାପ ଛାଡ଼ି ରୋଗୀ ଛୁ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି ଆଗରେ ପ୍ଲାଷ୍ଟିକ ଜାର ଭିତରେ ବିଶାକ୍ତ ସାପଛାଡ଼ି ରୋଗୀ ଫେରାର । ସୂଚନା ଅନୁସାରେ ଗତକାଲି ସକାଳୁ ଜଣେ ମହିଳା ସାପ କାମୁଡିଥିବା ବ୍ୟକ୍ତିଙ୍କୁ ନେଇ ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିଲେ। ସାଙ୍ଗରେ ସେ ଏକ ପ୍ଲାଷ୍ଟିକ ଡବାରେ ସାପଟିକୁ ପୁରାଇ ଆଣିଥିଲେ ।
ଆଉ ଚିକିତ୍ସା ପାଇଁ ହସ୍ପିଟାଲ ଭିତରକୁ ଯାଇ ହଠାତ କେଉଁଆଡେ ଗାଏବ ହୋଇ ଯାଇଥିଲେ । ବହୁ ସମୟ ଧରି ମହିଳା ଜଣଙ୍କ ନଆସିବାରୁ ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା । ତେବେ ସାପଟି ବିଶାକ୍ତ ବାଉଁଶ ନଡିଆବୋଡା ପ୍ରଜାତିର ବୋଲି ଜଣାପଡିଛି । ପରେ ମେଡିକାଲ ପକ୍ଷରୁ ଢେଙ୍କାନାଳ ବନ୍ୟଜନ୍ତୁ ଓ ସର୍ପ ଉଦ୍ଧାରକାରୀ ଦଳକୁ ସୂଚନା ଦେଇଥିଲେ। ସାପଟିକୁ ଉଦ୍ଧାର କରି ମେଘା ସଂରକ୍ଷିତ ଜଙ୍ଗଲରେ ଛାଡିଦିଆଯାଇଛି