ପୁରୀ : ପୁଅକୁ ଧରି ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା

ପୁରୀ (କେନ୍ୟୁଜ): ନ୍ୟାୟ ପାଇଁ ଶାଶୂ ଘର ସମ୍ମୁଖରେ ବୋହୂର ଧାରଣା। ପୁଅକୁ ଧରି ଧାରଣା ଦେଇଛନ୍ତି ବୋହୂ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ପୁରୀ ଜିଲ୍ଲା ସମୁଦ୍ରକୂଳ ଥାନା ବାଙ୍କୀ ମୁହାଣ ଅଞ୍ଚଳର ଘଟଣା। ମହିଳା ଜଣକ ପ୍ରହଲ୍ଲାଦ ପ୍ରଧାନଙ୍କୁ ୨୦୧୫ରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ପୁଅ ମଧ୍ୟ ଅଛି।

ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସ୍ୱାମୀ ଫ୍ୟାମିଲି କୋର୍ଟରେ ଛାଡପତ୍ର ମାମଲା କରିଥିଲେ ମଧ୍ୟ ଶୁଣାଣି ଦିନ ନିଜେ ଅନୁପସ୍ଥିତ ଥିବାରୁ ମାମଲାଟି ଖାରଜ ହୋଇଥିଲା । ବୋହୂ ନିଜ ପୁଅକୁ ଧରି ଶାଶୂ ଘରେ ରହିବାକୁ ଆସିଥିଲେ ମଧ୍ୟ ଶାଶୂ ଘର ଲୋକ ତାଙ୍କୁ ତାଲା ପକାଇ ଦେଇଥିବା ଅଭିଯୋଗ କରିଛନ୍ତି। ନିଜ ପୁଅକୁ ଧରି ନ୍ୟାୟ ପାଇଁ ଶାଶୂ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଶାଶୂ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ଶାଶୂ ସବୁ ଘଟଣା ପାଇଁ ବୋହୂକୁ ଦାୟୀ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.