ଗାଁ ମୁହାଁ ହାତୀପଲ, ଆଠମଲ୍ଲିକ ଜଙ୍ଗଲକୁ ପଠାଇଲା ବନବିଭାଗ

ସୁବର୍ଣ୍ଣପୁର : ଜଙ୍ଗଲ ଛାଡି ଗାଁ ମୁହାଁ ହାତୀପଲ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚଳ ଅନ୍ତର୍ଗତ ଗରିଆମୁଣ୍ଡା ଅଞ୍ଚଳରେ ଏବେ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ଗତ ଦୁଇଦିନ ହେଲା ଦୂରଦୂରା ସଂରକ୍ଷିତ ଜଙ୍ଗଲର ନଅ ଟିକିଆ ହାତୀପଲ ଗରିଆମୁଣ୍ଡା ଓ ଠାକୁରପୁର ଅଞ୍ଚଳର ଚାଷ ଜମିରେ ଏହି ହାତୀପଲ ଦେଖିବାକୁ ମିଳିଛନ୍ତି । ତେବେ ଉଭୟ ବୀରମହାରାଜପୁର ଏବଂ ଉଲୁଣ୍ଡା ବନାଞ୍ଚଳ କର୍ମଚାରୀ ତଥା ସୁବଳୟା ପୋଲିସର ମିଳିତ ଉଦ୍ୟମରେ ଗତକାଲି ରାତିରେ ହାତୀପଲକୁ ଆଠମଲ୍ଲିକ ଜଙ୍ଗଲକୁ ଘଉଡାଇଦେଇଥିବା ଜଣାପଡିଛି ।

You might also like