ପୁଅ ମଲା ପରେ ବୋହୂ ଆଉ ନାତୁଣୀକୁ ଘରେ ପୁରାଇଲେନି ଶାଶୂ

କନ୍ଧମାଳ (କେନ୍ୟୁଜ) : ବୋହୂ ଏବଂ ନାତୁଣୀକୁ ଘର ବାହାରେ ଅଖିଆ ଅପିଆ ବସାଇ ଦେଇଛନ୍ତି ଶାଶୂ ଘର ଲୋକେ। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଅମଲାପଡାରେ। ଏଠାରେ ଜଣେ ବୋହୂକୁ ଶାଶୂ ଘର ଲୋକେ ନିର୍ଯ୍ୟାତନା ଦେଉଥିବାର ନଜିର ଦେଖିବାକୁ ମିଳିଛି। ତେବେ ଚାଲନ୍ତୁ ଜାଣିବା ପୂରା ଘଟଣା।

ପ୍ରଥମେ ସ୍ୱାମୀ ଓ ପରେ ଶ୍ୱଶୁରଙ୍କ ମୃତ୍ୟୁ ପରେ ଶାଶୂ ଓ ତାଙ୍କ ବିବାହିତ ଦୁଇ ଝିଅ ଘରର ଏକ ମାତ୍ର ବୋହୂ ଓ ତାଙ୍କ ଝିଅକୁ ସମ୍ପତ୍ତିରୁ ବେଦଖଲ କରିବା ପାଇଁ ନିର୍ଯ୍ୟତନା ଦେବା ଆରମ୍ଭ କରିଥିଲେ। ବୋହୁଟି ଦେହଖରାପ ହେବାରୁ ତାର ବାପା ଘର ଗଞ୍ଜାମ ଜିଲ୍ଲା ସାଉଂଳେଇକୁ ଚାଲିଯାଇଥିଲା । ତେବେ ୫ ମାସ ସେଠାରେ ରହିବା ପରେ ଗତକାଲି ଦୁଇଟାବେଳେ ସେ ଘରକୁ ଫେରିଥିଲେ, କିନ୍ତୁ ଶାଶୂ ଏବଂ ତାଙ୍କ ଝିଅ ଜ୍ୱାଇଁ ଘରର କବାଟ ଖୋଲିଲେନି। ଯେଉଁଥିପାଇଁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେମିତି ବାହାରେ ଛୋଟ ଛୁଆକୁ ଧରି ବସିରହିଲେ, ଆଉ ପରେ ଥାନାରେ ଦ୍ୱାରସ୍ଥ ହେଇଥିଲେ।

ଥାନାବାଲା ଆସିବାରୁ ଏକ ଛୋଟ କୋଠରି ଘର ବାହାରେ ଦେଇଥିଲେ କିନ୍ତୁ ସେହିଘର ରହିବା ଯୋଗ୍ଯ ହୋଇନଥିବାରୁ ବାଧ୍ୟହୋଇ ଏକ ମହିଳା ପୋଲିସ କର୍ମଚାରୀ ମହିଳା ଏବଂ ତାଙ୍କ ଛୋଟ ଝିଅକୁ ନେଇ ନିଜ ଘରେ ରାତିରେ ରଖିଲେ । ତେବେ ପରଦିନ ସକାଳୁ ଯେତେବେଳେ ବୋହୂ ନିଜ ଘରକୁ ଆସିଲେ ଶାଶୂ ଘର ଲୋକେ ଚାବି ଖୋଲିଲେନି। ବାହାରେ ବସାଇଥିଲେ ଏବଂ ଘରେ ଚାବି ଦେଇ ଶାଶୂ ଝିଅ ଘରକୁ ପଳାଇ ଯାଇଥିଲେ । ବୋହୂ କଥା ଛାଡନ୍ତୁ ଛୋଟ ଛୁଆଟାକୁ କି ଖାଇବାକୁ ଦେଇନଥିଲେ । ସନ୍ଧ୍ୟାରେ ବୋହୁଟି ବାହାରେ ବସି କାନ୍ଦୁଥିବା ଦେଖି ସାହି ବାସିନ୍ଦା ଏକାଠି ହୋଇ ପୋଲିସକୁ ଖବର ଦେଇ ତୁରନ୍ତ ଏହାର ସମାଧାନ କରିବା ପାଇଁ ଦାବି କରିଛନ୍ତି।

ତେବେ ଆପଣ କୁହନ୍ତୁ ପୁଅ ବଞ୍ଚିଥିବା ଯାଏଁ କଣ ବୋହୂର ଶାଶୁ ଘର ଉପରେ ଅଧିକାର ଅଛି। ବୋହୂର କଣ ଶାଶୂ ଘର ଉପରେ କିଛି ଅଧିକାର ନାହିଁ। ଝିଅଟି ବାହାହେଲୋ ପରେ ଶାଶୂ ଘରେ ହିଁ ତାର ସବୁକିଛି। ସେଇଠିକୁ ଆସିଥିଲା ପାଲିଙ୍କି ଆଇ ସେଇଠୁ ହିଁ ଉଠିବ କୋକେଇ। ତାହେଲେ କେମିତି ଏପରି କରିପାରୁଛନ୍ତି ଲୋକମାନେ। ତୁମେ ବି ତ ଝିଅ ଜନ୍ମ ଦେଇଛ ତାହେଲେ କେମିତି ଆଉ ଦୁଇ ଝିଅଙ୍କୁ ଏମିତି କଷ୍ଟ ଯନ୍ତ୍ରଣା ଦେଇପାରୁଛ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.