ଭାଙ୍ଗିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ମାଲକାନିଗିରି ଓ ବାଲିମେଳାକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି (କେନ୍ୟୁଜ): ବାତ୍ୟା ଗୁଲାବ ପ୍ରଭାବରେ ଗତକାଲି ରାତିରୁ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଜୋରରେ ପବନ ବୋହିବାରୁ ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଭାଙ୍ଗିପଡିଛି। ତାରଲାକୋଟ ନିକଟରେ ଗଛ ପଡିଯିବାରୁ ମାଲକାନିଗିରି ଓ ବାଲିମେଳାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି।

ଲୋକଙ୍କ ଘର ଉପରେ ମଧ୍ୟ ଗଛ ଓ ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ଘର ସବୁ ଭାଙ୍ଗିଯାଇଛି। ଓଡ୍ରାଫ୍‌ ଟିମ୍‌ ଗଛ କାଟି ରାସ୍ତା ସଫା କରୁଛନ୍ତି। ଏବେବି ବର୍ଷା ଓ ପବନ ଲାଗି ରହିଛି।

Leave A Reply

Your email address will not be published.